କଟକ ଦୁର୍ଗା ପୂଜା ଭସାଣିରେ ବାଜିବନି ଡିଜେ,ଫୁଟିବନି ବାଣ
ଦଶହରାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କଟକ ସହରରେ କଟକଣା ଜାରି କରିଛି କମିଶନରେଟ ପୁଲିସ। ଭସାଣିରେ ବ୍ୟବହାର ହେବନାହିଁ ୬ଟି ସାଉଣ୍ଡ ବକ୍ସ। ଡିଜେକୁ ସମ୍ପୂର୍ଣ୍ଣ କରାଯାଇଛି ମନା । ଏହା ସହ ସୁନାଚାନ୍ଦି ମେଢ଼ ମଣ୍ଡପ ନିକଟରେ ମୁତୟନ ହେବେ ବନ୍ଧୁକଧାରୀ ପୁଲିସ। ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି କଟକ ଅତରିକ୍ତ ଡିସିପି ଅନୀଲ ମିଶ୍ର।ସେହିପରି ମା’ଙ୍କ ଭସାଣି ସମୟରେ ଫୁଟାଯିବନି ବାଣ। ରାତି ୧୦ଟା ପର୍ଯ୍ୟନ୍ତ ଶୋଭାଯାତ୍ରାର ରହିଛି ଅନୁମତି, କିନ୍ତୁ ଯଦି ରାଜ୍ୟ ସରକାର ଅନୁମତି ଦେବେ, ରାତି ୧୨ ପର୍ଯ୍ୟନ୍ତ ଚାଲିପାରିବ ଶୋଭାଯାତ୍ରା।ସେହିପରି ଜୋର୍ ଜବରଦସ୍ତ ଚାନ୍ଦା ଆଦାୟକୁ ଜିରୋ ଟଲରେନ୍ସ ହିସାବରେ ଗ୍ରହଣ କରିଛି କମିଶନରେଟ ପୁଲିସ।
What's Your Reaction?