କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ଆଶିଷ ସିଂ
କେନ୍ଦ୍ରୀୟ ଡେପୁଟେସନ୍ରେ ଗଲେ ଓଡ଼ିଶା ଆଇପିଏସ ଆଶିଷ ସିଂହ। ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିବ୍ଦତ ବର୍ଡର ପୁଲିସ ବା ଆଇଟିବିପିରେ ତାଙ୍କୁ ଆଇଜି ଭାବେ ଦିଆଯାଇଛି ନିଯୁକ୍ତି। ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଗତ ସାଧାରଣ ନିର୍ବାଚନରେ ବିବାଦକୁ ଆସିଥିଲେ ଆଶିଷ ସିଂ। ନିର୍ବାଚନ ପରିଚାଳନାରେ ଅନିୟମିତତା କରୁଥିବା ନେଇ ଅଭିଯୋଗ ଆଣିଥିଲେ ନିର୍ବାଚନ ଆୟୋଗ ଅଧ୍ୟକ୍ଷ। ପରେ ମିଥ୍ୟା ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନେଇଥିଲେ ଲମ୍ବା ଛୁଟି। ନିର୍ବାଚନ ଫଳାଫଳ ପରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିଲେ ରାଜ୍ୟ ସରକାର।
What's Your Reaction?