ରାଉରକେଲାରେ ଅଂଶୁଘାତ ଜନିତ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Jun 2, 2024 - 16:42
 0  3
ରାଉରକେଲାରେ ଅଂଶୁଘାତ ଜନିତ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ରାଉରକେଲାରେ ଅଂଶୁଘାତ ଜନିତ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମୋଟ ୬ ଜଣଙ୍କ ହୋଇଛି ଅଂଶୁଘାତରେ ମୃତ୍ୟୁ । ମୋଟ ୩୫ ଜଣ ରୋଗୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପୋଷ୍ଟ ମର୍ଟମ କରିଥିଲା ପ୍ରଶାସନ । ପାଖାପାଖି ୨୪ ଜଣଙ୍କ ପୋଷ୍ଟମର୍ଟମ ବର୍ତ୍ତମାନ ସରିଛି । ସେହିପରି ଅନ୍ୟ ୧୮ଟି ମୃତ୍ୟୁ ଅନ୍ୟ କାରଣ ପାଇଁ ହୋଇଥିବାବେଳେ ପୋଷ୍ଟମର୍ଟମ ନ କରି ମୃତଦେହ ନେଇଯାଇଛନ୍ତି ୪ ପରିବାର । ତେବେ ଏନେଇ ମିଳିତ ଭାବରେ ଏହାକୁ ତର୍ଜମା କରିବା ସହ ତଦନ୍ତ କରୁଛନ୍ତି ତହସିଲଦାର ଓ ହାସପାତାଳ ଅଧିକାରୀ  । ସେପଟେ ଗତ କାଲି ରାଉରକେଲା ଗସ୍ତ କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ତହସିଲଦାର ଓ ହାସପାତାଳ ଅଧିକାରୀ  ।

What's Your Reaction?

like

dislike

love

funny

angry

sad

wow