ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୧୪ ଜଣଙ୍କ ମୃତ୍ୟୁ

Oct 14, 2026 - 13:05
ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୧୪ ଜଣଙ୍କ ମୃତ୍ୟୁ

ବିହାର ହାଜିପୁରରେ ବଡ଼ ଅଘଟଣ । ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ୧୪ ଜଣଙ୍କ ମୃତ୍ୟୁ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଯାତ୍ରୀମାନେ ମେଡିକାଲରେ ଭର୍ତ୍ତି । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ୪ ଲକ୍ଷ ଟଙ୍କା ଲେଖାଏଁ ମୃତ୍ୟୁକାଳୀନ ସହାୟତା ରାଶି ଘୋଷଣା । 

ବିହାରର ହାଜିପୁରରେ ବଡ଼ ଅଘଟଣ, ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୧୪ଜଣଙ୍କ ମୃତ୍ୟୁ। ଅନେକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ବୋଲି ଜଣାପଡ଼ିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମୃତକଙ୍କ ପାଇଁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବିହାରର ହାଜିପୁରରେ ଗଙ୍ଗା ନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି। ମୋଟ ୨୦ଜଣ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ନଦୀପାର୍‌ ହେଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। 

What's Your Reaction?

like

dislike

love

funny

angry

sad

wow