ଗଞ୍ଜାମରେ ଆଲମିରା ଭର୍ତ୍ତି ଟଙ୍କା ଦେଖି ଇଡି ତାଜୁବ

On allegations of tax evasion and illegal financial transactions, the Enforcement Directorate conducted large-scale simultaneous raids at the residences of several contractors and sand traders, including a BJD leader, in Ganjam district. Cash worth over ₹50 crore, stored in an almirah, was seized from a businessman’s residence. Raids were conducted at the houses of BJD leader and contractor Hrushikesh Padhi of Sheragada and his son Sachin Padhi, sand traders Bhagaban Sahu (Asika), Sunil Patra and Subhashish Sahu alias Bunty (Berhampur), and Krupasindhu Muduli (Lanjipalli). Searches were also carried out at the residence of Santosh Dalai in Berhampur in connection with a suspected crime syndicate. The exact owner of the seized cash has not yet been officially confirmed.

Jan 17, 2026 - 15:58
 0  4
ଗଞ୍ଜାମରେ ଆଲମିରା ଭର୍ତ୍ତି ଟଙ୍କା ଦେଖି ଇଡି ତାଜୁବ

ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଗତକାଲି ଗଞ୍ଜାମ ଜିଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ବଡ଼ଧରଣର ଏକାକାଳୀନ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ସମୟରେ ଜଣେ ବ୍ୟବସାୟୀଙ୍କ ଘରୁ ଜବତ ହୋଇଛି ଆଲମିରା ଭର୍ତ୍ତି ଟଙ୍କା, ଯାହାର ମୂଲ୍ୟ ୫୦ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କରାଯାଉଛି ଅନୁମାନ । ଘଟଣାକୁ ନେଇ ଚାରିଆଡ଼େ ଲାଗିରହିଛି ଚର୍ଚ୍ଚା ।ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ର ବିଜେଡି ନେତା ତଥା ଠିକାଦର ହୃଷୀକେଶ ପାଢ଼ୀ ଓ ତାଙ୍କ ପୁଅ ସଚିନ ପାଢ଼ୀଙ୍କ ଘର, ଆସିକାର ବାଲି ବ୍ୟବସାୟୀ ଭଗବାନ୍‌ ସାହୁ, ବ୍ରହ୍ମପୁର କନିଶିର ସୁନୀଲ ପାତ୍ର, ଶୁୁଭାଶିଷ ସାହୁ ଓରଫ ବଣ୍ଟି, ଲାଞ୍ଜିପଲ୍ଲୀ ଉମନଗର ଅଞ୍ଚଳର ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଘରେ କରାଯାଉଛି ଚଢ଼ାଉ । ସେହିପରି ଏହି କ୍ରାଇମ୍‌ ସିଣ୍ଡିକେଟ୍‌ ଲିଙ୍କ୍‌ରେ ବ୍ରହ୍ମପୁରସ୍ଥିତ ସନ୍ତୋଷ ଦଳେଇଙ୍କ ଘରେ ମଧ୍ୟ କରାଯାଇଛି ଯାଞ୍ଚ । ତେବେ ଶେରଗଡ଼ର ହୃଷୀକେଶ ଓ ତାଙ୍କ ପୁଅ ସଚିନ ଠିକାଦର ହୋଇଥିବା ବେଳେ ଅନ୍ୟମାନେ ବାଲି ବ୍ୟବସାୟରେ ଅଛନ୍ତି ସମ୍ପୃକ୍ତ । ଆଲମିରା ଭର୍ତ୍ତି ଟଙ୍କା ଜବତ ହୋଇଥିବା ଘର କାହାର ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା ଏମାନଙ୍କ ସହଯୋଗୀଙ୍କ ଘର ବୋଲି ମିଳିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow