ଗୁରୁତର ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି ପାକିସ୍ତାନ
ବର୍ତ୍ତମାନ ଗୁରୁତର ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି ପାକିସ୍ତାନ । ଦେଶର ଅନେକ ସହରରେ ଭାରତର ରାଜଧୀନା ଦିଲ୍ଲୀର ବାୟୁ ପ୍ରଦୂଷଣଠାରୁ ୪-୫ ଗୁଣରୁ ଅଧିକ । ମୁଲତାନ ପରେ ଲାହୋରରେ ରେକର୍ଡ ସ୍ତରରେ ପହଞ୍ଚିଛି ବାୟୁ ଗୁଣବତ୍ତା ସୂଚକାଙ୍କ। ଲାହରେରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୦୦୦ କରିଛି ଅତିକ୍ରମ । ଏହି ସମୟରେ ମିଳିତ ଜାତିସଂଘର ଶିଶୁ ପାଣ୍ଠି ତଥା ୟୁନିସେଫ କହିଛି ଯେ, ପାକିସ୍ଥାନର ପଞ୍ଜାବରେ ୧.୧ କୋଟିରୁ ଅଧିକ ପିଲାଙ୍କ ଜୀବନ ଏବେ ବିପଦରେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ମାସରୁ ପଞ୍ଜାବର ୧୭ଟି ଜିଲା ତଥା ପାକିସ୍ତାନର ସାଂସ୍କୃତିକ ରାଜଧାନୀ ଲାହୋର ଭଳି ସହରରେ ବିଷାକ୍ତ ଧୂଆଁ ଆକାଶକୁ ଘୋଡାଇ ରଖିଛି। ସେହିପରି ସ୍ବାସ୍ଥ୍ୟ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ହେତୁ ୪୦,୦୦୦ରୁ ଅଧିକ ଲୋକ ଏବେ ଶ୍ୱାସ ରୋଗରେ ପୀଡିତ।
What's Your Reaction?