ଟ୍ରାକରୁ ଖସି ସାବରମତି ଏକ୍ସପ୍ରେସର ୨୨ଟି ବଗି ହୋଇଛି ଲାଇନ୍ ଚ୍ୟୁତ

Aug 17, 2024 - 11:54
 0  1
ଟ୍ରାକରୁ ଖସି ସାବରମତି ଏକ୍ସପ୍ରେସର ୨୨ଟି ବଗି ହୋଇଛି ଲାଇନ୍ ଚ୍ୟୁତ

ଟ୍ରାକରୁ ଖସିଲା ସାବରମତି ଏକ୍ସପ୍ରେସ୍ । ଉତ୍ତରପ୍ରଦେଶ କାନପୁର ଭୀମସେନ୍ ଷ୍ଟେସନ ମଝିରେ ଘଟିଛି ଏହି ଅଘଟଣ । ଏକ୍ସପ୍ରେସର ୨୨ଟି ବଗି ହୋଇଛି ଲାଇନ୍ ଚ୍ୟୁତ । ଏହି ଦୁର୍ଘଟଣାରେ ହୋଇନାହିଁ କୌଣସି କ୍ଷୟକ୍ଷତି। ସମସ୍ତ ଯାତ୍ରୀ ଏବଂ ଟ୍ରେନ୍ କର୍ମଚାରୀ ରହିଛନ୍ତି ସୁରକ୍ଷିତ । ଘଟଣାସ୍ଥଳରେ ବରିଷ୍ଠ ରେଲଓ୍ବେ ଅଧିକାରୀ ପହଞ୍ଚି ରେସକ୍ୟୁ ଏବଂ ଯାଞ୍ଚକୁ କରିଛନ୍ତି ତ୍ଵରାନ୍ବିତ। ଟ୍ରେନ୍ ଟି ବାରଣାସୀରୁ ଅହମ୍ମଦାବାଦ ଯାଉଥିଲା। ତେବେ ଦୁର୍ଘଟଣା ପରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ , ସେ ନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଯାତ୍ରୀ ମାନଙ୍କୁ ବସ୍ ଯୋଗେ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଯାଉଛି। ସେପଟେ ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ରେଳ ଟ୍ରାକରେ ରଖାଯାଇଥିବା କୌଣସି ବସ୍ତୁକୁ ଧକ୍କା ଦେବା ପରେ ଟ୍ରେନ୍ ଟି ଟ୍ରାକରୁ ଖସିଯାଇଛି। ଉତ୍ତର ପ୍ରଦେଶ ପୁଲିସ୍ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ କରୁଛନ୍ତି ଏହାର ତଦନ୍ତ ।

What's Your Reaction?

like

dislike

love

funny

angry

sad

wow