ସାମାନ୍ୟ ବଚସାରୁ ମହିଳାଙ୍କ ତଣ୍ଟି କାଟି ହତ୍ୟା

Aug 17, 2024 - 11:45
 0  3
ସାମାନ୍ୟ ବଚସାରୁ ମହିଳାଙ୍କ ତଣ୍ଟି କାଟି ହତ୍ୟା

ସାମାନ୍ୟ ବଚସାରୁ ମହିଳାଙ୍କ ତଣ୍ଟି କାଟି ହତ୍ୟା । ଏଭଳି ଘଟଣା ଘଟିଛି ଆଠଗଡ ତିଗିରିଆ ପାଞ୍ଚଗାଁରେ। ବିଧବା ମହିଳାଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ। ଅଭିଯୁକ୍ତ ଯୁବକ ଜଣକ ଉକ୍ତ ଗ୍ରାମର କାର୍ତ୍ତିକ ସେଠୀ । ମିଳିଥିବା ସୂଚନା ଅନୁସାରେ ୧୦ ବର୍ଷ ବୟସରୁ କାର୍ତ୍ତିକ  ରହିଆସୁଥିଲେ ମୃତ ମହିଳାଙ୍କ ଘରେ। ମହିଳାଙ୍କ ଘରେ କେହି ନଥିବାରୁ କାର୍ତ୍ତିକ ତାଙ୍କ ଘରେ କରନ୍ତି ବୁଝାସୁଝା ।  ମଝିରେ ମଝିରେ କାର୍ତ୍ତିକ ଓ ମହିଳାଙ୍କର ହୋଇଥାଏ ଝଗଡ଼ା ।ଶୁକ୍ରବାର ରାତିରେ ବିଧବା ମହିଳାଙ୍କ ସହ କାର୍ତ୍ତିକଙ୍କର ବଚସା ହୋଇଥିଲା। ପରେ କାର୍ତ୍ତିକ ବିଧବା ମହିଳାଙ୍କ ତଣ୍ଟି କାଟି ହତ୍ୟା କରି ତିଗିରିଆ ଥାନାରେ କରିଥିଲା ଆତ୍ମସମର୍ପଣ । ପୁଲିସ କାର୍ତ୍ତିକଙ୍କୁ ରଖିଛି ଅଟକ ।

What's Your Reaction?

like

dislike

love

funny

angry

sad

wow