ପୁଲିସ ସୂଚନାଦାତା ଭାବି ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ହତ୍ୟା କଲେ ମାଓବାଦୀ

Aug 15, 2024 - 13:29
 0  3
ପୁଲିସ ସୂଚନାଦାତା ଭାବି ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ହତ୍ୟା କଲେ ମାଓବାଦୀ

ପୁଲିସ ସୂଚନାଦାତା ଅଭିଯୋଗରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟି ପଟି କରିଛନ୍ତି  ହତ୍ୟା । ଛତିଶଗଡ଼ ସୁକମା ଜିଲ୍ଲାରେ ଆତଙ୍କବାଦୀ ଘଟାଇଛନ୍ତି ଏହି ଅମାନୁଷିକ କାଣ୍ଡ । ଏହା ପୂର୍ବରୁ ସପ୍ତାହକ ତଳେ ନାବାଳକଙ୍କ ୧୯ ବର୍ଷିୟ ଭାଇଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସ୍ଥାନୀୟ ଲୋକଙ୍କ ମନରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି କରିବା ପାଇଁ ଏପରି କରିଛନ୍ତି ମାଓବାଦୀମାନେ । ଛତିଶଗଡର ପୂଭାର୍ତ୍ତୀ ଗାଁ ଘଟିଛି ଏହି ଘଟଣା । ୧୬ ବର୍ଷର ଦଶମ ଶ୍ରେଣୀ ଛାତ୍ର ସ୍ୱୟମ ଶଙ୍କରକୁ ମାଓବାଦୀମାନେ ହତ୍ୟା କରିଥିବା ସୁକମା ଏସ୍‌ପି ପ୍ରକାଶ କରିଛନ୍ତି । ଶଙ୍କର ଏବଂ ତାଙ୍କ ବଡ ଭାଇ , ସେମାନଙ୍କର ଭଉଣୀଙ୍କର ମୃତ୍ୟୁ ହେବାରୁ ଗାଁକୁ ଆସିଥିଲେ । ମାଓବାଦୀମାନେ ସେମାନଙ୍କୁ ପୁଲିସ ସୂଚନାଦାତା ସନ୍ଦେହ କରିଥିଲେ । ପ୍ରଥମେ ସପ୍ତାହକ ତଳେ ବଡ ଭାଇକୁ ହତ୍ୟା କରିଥିଲେ । ମାତ୍ର ତାଙ୍କ  ଭୟରେ ପୁଲିସକୁ କିଛି କହି ନଥିଲେ ପରିବାର ଲୋକ।  ତିନି ସନ୍ତାନଙ୍କୁ ହରାଇବା ପରେ ସେମାନଙ୍କ ବାପା ମାଆ ଭୟରେ କେଉଁ ଆଡେ ଚାଲିଯାଇଥିବା ପୁଲିସ କହିଛି । 

What's Your Reaction?

like

dislike

love

funny

angry

sad

wow