ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତକାଲି ରେଞ୍ଜରଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ହୋଇଥିଲା ଚଢ଼ାଉ। ଚଢ଼ାଉ ବେଳେ ରେଞ୍ଜରଙ୍କ ଭୁବନେଶ୍ୱରରେ ଗୋଟିଏ, ହାଇଦ୍ରାବାଦରେ ୨ଟି କୋଠା, ଭୁବନେଶ୍ୱର ଓ ଢେଙ୍କାନାଳରେ ୮ଟି ପ୍ଲଟ୍‌ କରାଯାଇଥିଲା ଠାବ। ସେହିପରି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା ଓ ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ହୋଇଛି ଜବତ।ଏଥିସହ ରେଞ୍ଜରଙ୍କର ଆଠଗଡ଼ରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ କରିଥିଲା ଭିଜିଲାନ୍ସ। ପାର୍କଠୁ ବଡ଼ ଏହି ଫାର୍ମ ହାଉସରେ ଥିଲେ ମୟୂର, ଠେକୁଆ, ଶୁଆ ଓ ବତକ ଭଳି ଅନେକ ଜୀବଜନ୍ତୁ। ଭିଜିଲାନ୍ସ ଫାର୍ମ ହାଉସ୍‌ରୁ ୪ଟି ମୟୂର ଉଦ୍ଧାର କରିବା ସହ ବନ୍ୟପ୍ରାଣୀ ଦଫାରେ ରୁଜୁ କରିଛି ମାମଲା।  ଏଥିସହ ରେଞ୍ଜର ବାବୁଙ୍କ ଢେଙ୍କାନାଳ ସ୍ଥିତ ଘରେ ଥିବା ଟଏଲେଟ୍ ଫ୍ଲସରୁ ୨ ବିଡ଼ା ୫୦୦ ଟଙ୍କିଆ ନୋଟ୍ ଏବଂ ଘରୁ ବିଭିନ୍ନ ବ୍ରାଣ୍ଡର ନାମୀଦାମୀ ଘଣ୍ଟା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ।