ନଅ ବର୍ଷୀୟ ନିଖୋଜ ନାବାଳିକାଙ୍କୁ ବଳାତ୍କାରକରି ହତ୍ୟା

Aug 30, 2024 - 11:57
 0  5
ନଅ ବର୍ଷୀୟ ନିଖୋଜ ନାବାଳିକାଙ୍କୁ ବଳାତ୍କାରକରି ହତ୍ୟା

ନଅ ବର୍ଷୀୟ ନିଖୋଜ ନାବାଳିକାଙ୍କୁ ବଳାତ୍କାରକରି ହତ୍ୟା । ବାଲେଶ୍ୱର ଜିଲା  ଆଲୋଏଜ ନିକଟରେ ନିଖୋଜ ନାବାଳିକାଙ୍କର ମୃତଦେହ ହୋଇଛି ଠାବ।୩ ଦିନହେଲା ନାବାଳିକା ଜଣକ ଥିଲେ ନିଖୋଜ। ବନ୍ଦ ଥିବା ଭଙ୍ଗା କୋଠରୀ ଭିତରୁ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଦେଇଥିଲେ ଖବର। ପୋଲିସ ମୃତଦେହ ଜବତ କରିବା ସହ ଏହା ନିଖୋଜ ଥିବା ନାବାଳିକାଙ୍କର ବୋଲି କରିଛି ସ୍ପଷ୍ଟ।ସାଇଣ୍ଟଫିକ୍‌ମ୍‌ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ମୃତ ଦେହ। ନଅ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର କରି ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକ କରିଛନ୍ତି ଅଭିଯୋଗ। ଘଟଣାକୁ ନେଇ ଜଣେ ଯୁବକଙ୍କୁ ରଖିଛି ଅଟକ। ଉକ୍ତ ଯୁବକଜଣଙ୍କ ସ୍ଥାନୀନ ଅଞ୍ଚଳର ହୋଇଥିବାବେଳେ ସେ ପଥରରେ ଛେଚି ହତ୍ୟା କରିଥିବା କରାଯାଉଛି ସନ୍ଦେହ।

What's Your Reaction?

like

dislike

love

funny

angry

sad

wow