ନିଟ୍‌ ଅନିୟମିତତା ମାମଲା: ପେପର୍‌ ଲିକ୍‌ ହୋଇଥିବା ମାନିଲେ ପରିକ୍ଷାର୍ଥୀ

ନିଟ୍‌ ଅନିୟମିତତା ମାମଲା: ପେପର୍‌ ଲିକ୍‌ ହୋଇଥିବା ମାନିଲେ ପରିକ୍ଷାର୍ଥୀ

ନିଟ୍‌ ପରୀକ୍ଷା ଅନିୟମିତତାକୁ ନେଇ ହୋଇଛି ବଡ଼ ଧରଣର ଖୁଲାସା । ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସ୍ବୀକାର କରିଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ୟାଦବ।ବିହାରର ଦାନାପୁର ନଗର ପରିଷଦର ୨୨ବର୍ଷିୟ ୟାଦବ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ମିଳିଥିଲା ଲିକ୍‌ ପ୍ରଶ୍ନପତ୍ର। ଯାହା କି, ନିଟ୍‌ର ବାସ୍ତବିକ ପ୍ରଶ୍ନପତ୍ର ସହ ଥିଲା  ପୁରା ସମାନ। ଏପରି ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଏକ ସ୍ବିକାରୋକ୍ତି ପତ୍ର ମଧ୍ଯ ଦେଇଛନ୍ତି ୟାଦବ । ଯେଉଁଥିରେ ତାଙ୍କର ହସ୍ତାକ୍ଷର ବି ରହିଛି। ଯାହା ସାମାଜିକ ଗଣମାଧ୍ୟମରେ ହୋଇଛି ଭାଇରାଲ । ସେ ଏହି ସ୍ବିକାରୋକ୍ତିରେ କହିଛନ୍ତି ଯେ, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ୟାଦବେନ୍ଦୁ ଏହି ଲିକ୍‌ ପେପର୍‌ର କରିଥିଲେ ସବୁ ବ୍ୟବସ୍ଥା ।