‘ଯିଏ ସିନ୍ଦୁର ଲିଭେଇବ, ସିଏ ହେବ ଧ୍ୱଂସ: ମୋଦୀ

"Today, India is hoisting the tricolour in the light of self-confidence, coming out of despair. Anyone who tries to wipe the sindoor (vermillion) off the foreheads of our mothers and sisters will definitely face destruction," said Prime Minister Narendra Modi during his two-day visit to Gujarat. "Operation Sindoor is not just a military operation; it is a reflection of our Indian values and emotions." At a public rally held in Gujarat, Modi said that in recent years, India has taken many unimaginable and unprecedented decisions. "140 crore Indians are working to make the country developed. The NDA government at the Centre has completed 11 years today. In these 11 years, several historic decisions have been taken." Modi further added that the "Make in India" campaign has expanded significantly. Metro coaches are now being manufactured in India. "Our goal is a developed India," he stated. As part of the two-day Gujarat tour, the Prime Minister also conducted a roadshow in Vadodara. This was his first state visit after Operation Sindoor.

May 26, 2025 - 16:34
 0  4
‘ଯିଏ ସିନ୍ଦୁର ଲିଭେଇବ, ସିଏ ହେବ ଧ୍ୱଂସ: ମୋଦୀ

 ଆଜି ହତାଶାରୁ ବାହାରି  ଆତ୍ମବିଶ୍ୱାସର ଆଲୋକରେ ତ୍ରିରଙ୍ଗା ଉତ୍ତୋଳନ କରୁଛି ଭାରତ। ଯିଏ ଆମର ମା' ଏବଂ ଭଉଣୀଙ୍କ ସିନ୍ଦୁର ପୋଛିବାକୁ ଚେଷ୍ଟା କରିବ, ସେ ନିଶ୍ଚିତ ଭାବରେ ହେବ ଧ୍ୱଂସ। ଅପରେସନ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ଏହା ଆମର ଭାରତୀୟ ମୂଲ୍ୟବୋଧ ଏବଂ ଆମ ଭାବନାର ପ୍ରକାଶ। ଦୁଇ ଦିନିଆ ଗୁଜରାଟ ଗସ୍ତ ଅବସରରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଗୁଜରାଟରେ ଆୟୋଜିତ ସାଧାରଣ ରାଲିରେ ମୋଦି କହିଛନ୍ତି ଯେ, ସାଂପ୍ରତିକ ବର୍ଷଗୁଡ଼ିକରେ ଅନେକ ଅକଳ୍ପନୀୟ, ଅଦ୍ଭୂତପୂର୍ବ ନିଷ୍ପତ୍ତି ନେଇଛି ଭାରତ। ୧୪୦ କୋଟି ଭାରତୀୟ ଦେଶକୁ ବିକଶିତ କରିବାକୁ କାମ କରୁଛନ୍ତି। କେନ୍ଦ୍ରରେ ଏନଡିଏ ସରକାରକୁ ଆଜି ପୂରିଛି ୧୧ ବର୍ଷ। ଏହି ୧୧ ବର୍ଷରେ ନିଆଯାଇଛି ଅନେକ ଐତିହାସିକ ନିଷ୍ପତ୍ତି।ମୋଦୀ ଆହୁରି କହିଛନ୍ତି ଯେ, ଭାରତରେ ମେକ୍‌ ଇନ୍‌ ଇଣ୍ଡିଆ ହୋଇଛି ବିସ୍ତାର।  ନିର୍ମାଣ ହେଉଛି ମେଟ୍ରୋ କୋଚ୍‌। ଆମର ଲକ୍ଷ୍ୟ ବିକଶିତ ଭାରତ। ଦୁଇ ଦିନିଆ ଗୁଜରାଟ ଗସ୍ତ  ଅବସରରେ ଭଦୋଦରାରେ ରୋଡ୍ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ। ଅପରେସନ ସିନ୍ଦୂର ପରେ ଏହା ତାଙ୍କର ପ୍ରଥମ ରାଜ୍ୟ ଗସ୍ତ।

What's Your Reaction?

like

dislike

love

funny

angry

sad

wow