ନେପାଳ ପ୍ରଳୟରୁ ଫେରିଲେ ଓଡ଼ିଆ ଝିଅ! ଛାତିଥରା ଅନୁଭୂତି ବଖାଣିଲେ କୁଲସୁମ୍
ନେପାଳର ପ୍ରଳୟଙ୍କରୀ ବନ୍ୟାରୁ ଜୀବନ ବଞ୍ଚାଇ ଫେରିଲେ ଓଡ଼ିଆ ଝିଅ । ବାରିପଦାର କୁଲସୁମ୍ ନିଗାର ସୁରକ୍ଷିତ ଭାବେ ଆସି ଘରେ ପହଞ୍ଚିଛନ୍ତି। ଫେରିବା ପରେ ପ୍ରଳୟର ସେହି ଛାତିଥରା ଅନୁଭୂତି ବଖାଣିଛନ୍ତି ।
ନେପାଳର ପ୍ରଳୟଙ୍କରୀ ବନ୍ୟା... ଚାରିଆଡ଼େ କେବଳ ପାଣି ଆଉ ପାଣି। ଆଖି ଆଗରେ ଭାସିଯାଉଥିଲା ଘରଦ୍ୱାର, ରାସ୍ତାଘାଟ ଓ ଅନେକ ସ୍ୱପ୍ନ। ସେହି ଭୟଙ୍କର ପରିସ୍ଥିତି ମଧ୍ୟରେ ଫସି ରହିଥିଲେ ବାରିପଦାର ଓଡ଼ିଆ ଝିଅ କୁଲସୁମ୍ ନିଗାର।
ପ୍ରତିଟି ମୁହୂର୍ତ୍ତ ଥିଲା ଛାତିଥରା... କେବେ କଣ ହେବ, କିପରି ବଞ୍ଚିବେ, ଆଉ କେବେ ନିଜ ପରିବାର ପାଖକୁ ଫେରିବେ—ସେହି ଚିନ୍ତାରେ କଟୁଥିଲା ସମୟ।ଚାରିପଟେ ଥିଲା ପ୍ରକୃତିର ତାଣ୍ଡବ। ଜୀବନ ଓ ମୃତ୍ୟୁର ଲଢ଼େଇ ମଧ୍ୟରେ ଆଶାକୁ ଧରି ରଖିଥିଲେ କୁଲସୁମ୍। ଘରେ ମଧ୍ୟ ଥିଲା ଚିନ୍ତାର ବାତାବରଣ। ଝିଅ କେଉଁଠି ଅଛି, କେମିତି ଅଛି, ସୁରକ୍ଷିତ ଅଛି କି ନାହିଁ—ଏହି ପ୍ରଶ୍ନରେ ଆତଙ୍କିତ ଥିଲେ ପରିବାର ଲୋକେ।
କିନ୍ତୁ ଶେଷରେ ମୃତ୍ୟୁର ମୁହଁରୁ ଫେରିଲେ କୁଲସୁମ୍। ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚିବା ପରେ ଯେମିତି ପରିବାରରେ ଫେରିଆସିଲା ହସ ଓ ଖୁସି। ଦୀର୍ଘ ସମୟର ଭୟ, ଚିନ୍ତା ଓ ଅପେକ୍ଷା ପରେ ନିଜ ଝିଅକୁ ଆଖି ଆଗରେ ଦେଖି ଭାବବିହ୍ୱଳ ହୋଇପଡ଼ିଥିଲେ ପରିବାର ସଦସ୍ୟ।କେମିତି ସେହି ଭୟଙ୍କର ବନ୍ୟାରେ ଫସି ରହିଥିଲେ? କେମିତି ହେଲା ଉଦ୍ଧାର? କେମିତି ଜୀବନକୁ ବଞ୍ଚାଇ ନେପାଳରୁ ଓଡ଼ିଶା ଫେରିଲେ?ସେହି ସମସ୍ତ ଛାତିଥରା କାହାଣୀକୁ କନକ ନ୍ୟୁଜ୍ର ସ୍ୱତନ୍ତ୍ର ସାକ୍ଷାତକାରରେ ବଖାଣିଛନ୍ତି କୁଲସୁମ୍ ନିଗାର। ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ... ମୃତ୍ୟୁର ଭୟ ମଧ୍ୟରେ ବଞ୍ଚିବାର ସଂଘର୍ଷ... ଆଉ ଶେଷରେ ନିଜ ମାଟିକୁ ସୁରକ୍ଷିତ ଫେରିବାର ଖୁସି—କୁଲସୁମଙ୍କ ଏହି କାହାଣୀ ସତରେ ଛାତିଥରା।
ଫେରିବା ପରେ ପ୍ରଳୟର ସେହି ଛାତିଥରା ଅନୁଭୂତି ବଖାଣିଛନ୍ତି । କିଭଳି ଭାବେ ଫସି ରହିଥିଲେ, କିଭଳି ସେ ସୁରକ୍ଷିତ ଭାବେ ଆସି ପହଞ୍ଚିଲେ I ଖାଲି ସେ ଏକା ନୁହଁନ୍ତି, ତାଙ୍କ ସହିତ ଯାଇଥିବା ଅନ୍ୟ ସାଥିମାନେ ମଧ୍ୟ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିଛନ୍ତି। ଝିଅର ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।
What's Your Reaction?