ପଞ୍ଜାବ ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ, ଉଠିଲା ବଡ଼ ପ୍ରଶ୍ନ
ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନାଁ ପଞ୍ଜାବର ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଛି। ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟାରେ ତାଙ୍କ ନାଁକୁ ‘Permanently Shifted’ ବା ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ବୋଲି ଦର୍ଶାଯାଇଛି ।
ପଞ୍ଜାବ ରାଜନୀତିରେ ପୁଣି ହଲଚଲ । ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନାଁ ପଞ୍ଜାବର ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଛି। ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟାରେ ତାଙ୍କ ନାଁକୁ ‘Permanently Shifted’ ବା ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ବୋଲି ଦର୍ଶାଯାଇଛି । ଆଉ ଏହାକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ରାଘବ ଚଢ଼ା । ତାଙ୍କ କହିବା କଥା, ଏହା କୌଣସି ସାଧାରଣ ଭୁଲ୍ ନୁହେଁ, ବରଂ ରାଜନୈତିକ ପ୍ରତିଶୋଧ । ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗଦେବା ପରଠାରୁ ତାଙ୍କୁ ଟାର୍ଗେଟ୍ କରାଯାଉଥିବା ଚଢ଼ା ଅଭିଯୋଗ କରିଛନ୍ତି ।
ରାଘବ ପ୍ରଶ୍ନ କରିଛନ୍ତି, ମୋ ଭୋଟର ଆଇଡି ମୋହାଲିରେ ପଞ୍ଜୀକୃତ ଥିବାବେଳେ ମୋତେ ‘Permanently Shifted’ କେମିତି ଦର୍ଶାଗଲା? ଅଗଷ୍ଟ ୧୩ରେ ପ୍ରକାଶିତ ASDD ତାଲିକାରେ ରାଘବଙ୍କ ନାଁ ରହିଛି । ଏହି ତାଲିକାରେ Absent, Shifted, Deceased ଏବଂ Duplicate ଭୋଟରଙ୍କ ନାଁ ସାମିଲ କରାଯାଇଛି । ତଥ୍ୟ ଅନୁସାରେ ପଞ୍ଜାବର ପ୍ରାୟ ୨୦ ଲକ୍ଷ ୬୬ ହଜାର ଭୋଟରଙ୍କ ନାଁ ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଛି ।
ତେବେ ରାଘବଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିବା ଦ୍ୱାରା ତାଙ୍କ ରାଜ୍ୟସଭା ସଦସ୍ୟତା ଉପରେ ସିଧାସଳଖ କୌଣସି ପ୍ରଭାବ ପଡ଼ିବ ନାହିଁ । ୨୦୦୩ରେ ଆଇନ ସଂଶୋଧନ ପରେ ରାଜ୍ୟସଭା ସଦସ୍ୟଙ୍କ ପାଇଁ ସେ ପ୍ରତିନିଧିତ୍ୱ କରୁଥିବା ରାଜ୍ୟର ଭୋଟର ହେବା ବାଧ୍ୟତାମୂଳକ ନୁହେଁ । ଏହା ଏବେ କେବଳ ଡ୍ରାଫ୍ଟ ଭୋଟର ତାଲିକା । ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ।
What's Your Reaction?