ପରଲୋକରେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

Jun 1, 2024 - 12:17
 0  5
ପରଲୋକରେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

୮୮ ବର୍ଷ ବୟସରେ  ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ  । ମଧୁମେହ, ଉଚ୍ଚ ରକ୍ତଚାପ, ଯକ୍ଷ୍ମା ରୋଗରେ ପୀଡ଼ିତ ଥିବାରୁ  ଦୀର୍ଘଦିନ ହେବ ସେ ହାସପାତାଳରେ ହେଉଥିଲେ ଚିକିତ୍ସିତ । ମାଗୁଣିଙ୍କ ଦେହାନ୍ତରେ ପୂରା କେନ୍ଦୁଝର ଜିଲ୍ଲାରେ  ଖେଳିଯାଇଛି  ଶୋକର ଛାୟା । କେନ୍ଦୁଝର ପୁରୁଣା ସହର ବୈଦ୍ୟରାଜ ସାହିର ମାଗୁଣି ଚରଣ କୁଅଁରଙ୍କ ପରିଚୟ ଥିଲା କାଠି କଣ୍ଢେଇ କାରିଗର  ଏକାଧାରରେ ସେ ଜଣେ କାଠି କଣ୍ଢେଇ ଶିଳ୍ପୀ, କାଠ, ମାଟି, ପଥର ଓ ସିମେଣ୍ଟର ନିଖୁଣ ମୂର୍ତ୍ତି କାରିଗର। ଜିଲ୍ଲା, ରାଜ୍ୟ ସହ, ଦେଶ ବିଦେଶରେ ତାଙ୍କ କଣ୍ଢେଇ ନୃତ୍ୟର ଆଦର  ରହିଛି  ବେଶ୍ ଅଧିକ । ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ କରାଯାଇଥିଲା  ସମ୍ମାନିତ   ।୨୦୦୪ ମସିହାରେ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ୨୦୧୩ ମସିହାରେ ଓଡିଶା ସରକାରଙ୍କ ସର୍ବୋଚ୍ଚ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସେ ହୋଇଛନ୍ତି  ସମ୍ମାନିତ   ।  ସେହିପରି ୨୦୧୪ ମସିହା ପାଇଁ ଓଡିଶା ନୃତ୍ୟ ଏକାଡେମୀ ପକ୍ଷରୁ ଗୁରୁ ମାଗୁଣି ଚରଣ କୁଅଁରଙ୍କୁ ରୁଚିବୁଦ୍ଧ ସମ୍ମାନରେ କରାଯାଇଥିଲା  ସମ୍ମାନିତ   

What's Your Reaction?

like

dislike

love

funny

angry

sad

wow