ପୂର୍ବତନ ବୈଦେଶିକ ବ୍ୟାପର ମନ୍ତ୍ରୀ କେ.ନଟବର ସିଂହଙ୍କ ପରଲୋକ
ପୂର୍ବତନ ବୈଦେଶିକ ବ୍ୟାପର ମନ୍ତ୍ରୀ କେ.ନଟବର ସିଂହଙ୍କ ପରଲୋକ । ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ୯୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ଘଟିଥିବା ନେଇ ରହିଛି ସୂଚନା । କେ.ନଟବର ସିଂହ ମନମୋହନ ସିଂହ ସରକାରରେ ଥିଲେ କ୍ୟାବିନେଟ ମନ୍ତ୍ରୀ ।ସୂଚନା ଅନୁସାରେ, ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟୱର ସିଂ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ସେ ଜଣେ ପ୍ରବୀଣ କୂଟନୀତିଜ୍ଞ ଓ ରାଜନେତା ଭାବେ ପ୍ରସିଦ୍ଧ ଥିଲେ । ୟୁପିଏ ଅମଳରେ ମନମୋହନ ସିଂଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ।
ସୂଚନାଥାଉ ଯେ, ୧୯୫୩ରେ ସେ ଭାରତୀୟ ସେବାରେ ଯୋଗଦେଇଥିଲେ। ୧୯୮୨ରୁ ୮୪ ପର୍ଯ୍ୟନ୍ତ ପାକିସ୍ତାନରେ ଭାରତର ହାଇକମିଶନର ଭାବେ କାର୍ୟ୍ୟ କରିଥିଲେ । ସେ ୧୯୮୪ ରେ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ। ସେ ନିଜ ରାଜ୍ୟ ରାଜସ୍ଥାନର ଭରତପୁରରୁ ଲଢ଼ି ସାଂସଦ ହୋଇଥିଲେ। ରାଜନୀତି ସହ ସେ ଭଲ ଲେଖକ ଭାବେ ମଧ୍ୟ ପରିଚିତ ଥିଲେ ।
What's Your Reaction?