ପୋଲାଣ୍ଡ ଓ ୟୁକ୍ରେନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବୁଧବାର ପୋଲାଣ୍ଡ ଓ ୟୁକ୍ରେନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମେ ପୋଲାଣ୍ଡ ଯିବେ ଏବଂ ପରେ ସେ ୟୁକ୍ରେନ ଯିବେ। ଗତ ୪୫ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ପୋଲାଣ୍ଡ ଗସ୍ତ। ୱାର୍ସାରେ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜ ସେବାଷ୍ଟିଆନ ଡୁଡା ଏବଂ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ। ଏହା ବ୍ୟତୀତ ପୋଲାଣ୍ଡରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ। ଅଗଷ୍ଟ ୨୧ ଓ ୨୨ରେ ସେଠାରେ ରହିବେ ମୋଦୀ । ଅଗଷ୍ଟ ୨୩ରେ ସେ ୟୁକ୍ରେନ୍ରେ ପହଞ୍ଚିବେ। ଭ୍ଲାଦିମିର ଜେଲେନ୍ସ୍କିଙ୍କୁ ମୋଦୀ ଚତୁର୍ଥ ଥର ଭେଟିବେ। ଉଭୟଙ୍କ ମଧ୍ୟରେ ଯୁଦ୍ଧ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କରାଯାଉଛି ଆଶା ।
What's Your Reaction?