ଟ୍ରେନି ଡାକ୍ତରଙ୍କ ସହ ହୋଇନାହିଁ ଗଣଦୁଷ୍କର୍ମ !

Aug 22, 2024 - 16:53
 0  3
ଟ୍ରେନି ଡାକ୍ତରଙ୍କ ସହ ହୋଇନାହିଁ ଗଣଦୁଷ୍କର୍ମ !

କୋଲକାତା ଆରଜି କର ମେଡିକାଲ କଲେଜର 31 ବର୍ଷିୟ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି ଏକ ବଡ ଅପଡେଟ୍ । CBI ରିପୋର୍ଟରେ ହୋଇଛି ବଡ଼ ଖୁଲାସା।ରିପୋର୍ଟ ଅନୁଯାୟୀ, ଡାକ୍ତରଙ୍କ ହତ୍ୟା ମାମଲାରେ ସିବିଆଇ ଦ୍ୱାରା ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ କଲିକତା ଡାକ୍ତରଙ୍କ ସହ ହୋଇନଥିଲା ଗଣଦୁଷ୍କର୍ମ। ଅନୁସନ୍ଧାନରୁ ଜଣାପଡିଛି ଯେ ସଞ୍ଜୟ ରୟ ନିଜେ ପ୍ରଥମେ ଅଗଷ୍ଟ 9 ରେ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ କରିଥିଲେ ହତ୍ୟା । ଆରଜି କର ହସ୍ପିଟାଲର ବିକ୍ଷୋଭକାରୀ ଡାକ୍ତରମାନେ କହିଛନ୍ତି, 'ଆମେ ଏହି ତଦନ୍ତରେ ଖୁସି ନାହୁଁ । ସେହିପରି ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ଯେ, ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ତାଙ୍କ ଝିଅର ହତ୍ୟା କରିବା ପାଇଁ କେହି ପଠାଇଥିଲେ ।

What's Your Reaction?

like

dislike

love

funny

angry

sad

wow