ହିନ୍ଦୁଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଘୃଣ୍ୟ ବିବୃତ୍ତି: କ୍ଷମା ମାଗିବାକୁ କହିଲେ ଶାହା 

Jul 1, 2024 - 16:12
 0  2
ହିନ୍ଦୁଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଘୃଣ୍ୟ ବିବୃତ୍ତି: କ୍ଷମା ମାଗିବାକୁ କହିଲେ ଶାହା 

ଆଜି ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ସଂସଦ ଅଧିବେଶନର ଷଷ୍ଠ ଦିନ। ବିରୋଧୀ ଦଳ ପୁଣି ଥରେ ସଂସଦରେ ସୃଷ୍ଟି କରିଛନ୍ତି ହଙ୍ଗାମା । ଲୋକସଭାରେ ବିଜେପି ଉପରେ ଆକ୍ରମଣ କରିଛନ୍ତି ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ କେବଳ ହିଂସା, ଘୃଣା ଏବଂ ମିଥ୍ୟା କଥା କୁହନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧୀଙ୍କ ଭାଷଣରେ ବାଧା ସୃଷ୍ଟି କରି କହିଛନ୍ତି ଯେ ସମଗ୍ର ହିନ୍ଦୁ ସମ୍ପ୍ରଦାୟକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ। ବିରୋଧୀ ତଥା ଶାସକ ଏନଡିଏ ସାଂସଦଙ୍କ ମଧ୍ୟରେ ବାକ୍ ଯୁଦ୍ଧ ପରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ହିନ୍ଦୁମାନଙ୍କୁ ଅପମାନିତ କରିଛନ୍ତି ରାହୁଲ ଗାନ୍ଧୀ ।

What's Your Reaction?

like

dislike

love

funny

angry

sad

wow