ପୁଣି ଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

Aug 22, 2024 - 17:39
 0  3
ପୁଣି ଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆସନ୍ତାକାଲି ପୁଣି ଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହା ମଧ୍ଯରେ ଥିବା ଖାଲି ସିନ୍ଦୁକ ଓ ଆଲମିରାକୁ କରାଯିବ ସ୍ଥାନାନ୍ତରଣ । ଏଥିପାଇଁ ଦିନ ଗୋଟାଏ ପରଠୁ ସର୍ବସାଧାରଣ ପାଇଁ ଶ୍ରୀଜିଉଙ୍କ ଦର୍ଶନ ରହିବ ବନ୍ଦ  । ଏହି ସମୟରେ ମହାପ୍ରସାଦ ପାଇଁ ସିଂହଦ୍ୱାର ଦେଇ ଆନନ୍ଦ ବଜାରକୁ ଯାଇପାରିବେ ଭକ୍ତମାନେ । ଭିତର ବେଢାରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଖୋଲା ରହିବା ସହ କେବଳ ପାଳିଆ ସେବକ ସେବାକାର୍ଯ୍ୟ ପାଇଁ ରହିବେ ନିୟୋଜିତ। ସେହିପରି ସ୍ଥାନାନ୍ତରଣ ପକ୍ରିୟାରେ ନିୟୋଜିତ ପାଧିକୃତ ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ଦିଆଯିବ ନାହିଁ ପ୍ରବେଶ ଅନୁମତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ସହ କରାଯାଇଛି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ।

What's Your Reaction?

like

dislike

love

funny

angry

sad

wow