ଶନିବାର ପ୍ରକାଶ ପାଇଛି ନିଟ୍ ପିଜି ପରୀକ୍ଷା ଫଳାଫଳ
ନେସନାଲ ବୋର୍ଡ ଅଫ ଏକ୍ଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ୍ ପକ୍ଷରୁ ଶନିବାର ପ୍ରକାଶ ପାଇଛି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ଓ ପିଜି ଫଳାଫଳ। ବୋର୍ଡର ଓ୍ବେବସାଇଟ natboard.edu.in କୁ ଯାଇ ଛାତ୍ରଛାତ୍ରୀମାନେ ଫଳାଫଳ କରିପାରିବେ ଯାଞ୍ଚ। ଏମଡି/ଏମଏସ/ଡିଏନବି/ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ୧୧ ତାରିଖରେ ଏହି ପ୍ରବେଶିକା ପରୀକ୍ଷା କରାଯାଇଥିଲା ଆୟୋଜନ।ନାମଲେଖା ପାଇଁ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସର୍ବନିମ୍ନ କ୍ଵାଲିଫାଇଂ ମାର୍କ କରାଯାଇଛି ଘୋଷଣା। ସାଧାରଣ ବର୍ଗ(ଇଡବ୍ଲ୍ୟୁଏସ) ପାଇଁ ୫୦ ପର୍ସେଣ୍ଟାଇଲ ଧାର୍ଯ୍ୟ କରାଯାଇଥିବାବେଳେ ସାଧାରଣ ବର୍ଗ(ପିଡବ୍ଲ୍ୟୁବିଡି) ପାଇଁ ୪୫ ଏବଂ ଅନୁସୂଚିତ ଜାତି/ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଲାଗି ୪୦ ପର୍ସେଣ୍ଟାଇଲ ହୋଇଛି ଧାର୍ଯ୍ୟ।
What's Your Reaction?