ବର୍ଷୀୟାନ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀଙ୍କର ପରଲୋକ

Aug 4, 2024 - 12:10
 0  2
ବର୍ଷୀୟାନ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀଙ୍କର ପରଲୋକ

ପ୍ରସିଦ୍ଧ ବର୍ଷୀୟାନ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପଦ୍ମବିଭୂଷଣ ପୁରସ୍କାର ବିଜୟିନୀ ଡ. ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କର ଶନିବାର ଅପରାହ୍ନରେ ହୋଇଯାଇଛି ପରଲୋକ । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ୭ ମାସ ହେଲା ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୮୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ କ୍ରିଷ୍ଣମୂର୍ତ୍ତି ଭାରତନାଟ୍ୟମ୍‌ ଏବଂ କୁଚିପୁଡ଼ି ନୃତ୍ୟରେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲେ। ୨୦୧୬ରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା। ବିଶ୍ୱ ନୃତ୍ୟଜଗତରେ ସେ ଜଣେ ଉତ୍ତୁଙ୍ଗ ଶିଳ୍ପୀ ଭାବେ ବହୁ ଦଶନ୍ଧି ଧରି ରାଜ୍‌ କରିଥିଲେ। କ୍ରିଷ୍ଣମୂର୍ତ୍ତିଙ୍କର ୨ ଭଉଣୀ ରହିଛନ୍ତି। ସେ ଚଳାଉଥିବା ୟାମିନୀ ସ୍କୁଲ୍‌ ଅଫ୍‌ ଡ୍ୟାନ୍ସକୁ ତାଙ୍କ ମରଶରୀର ରବିବାର ଅଣାଯିବ। ତାଙ୍କ ପରଲୋକରେ ସମଗ୍ର ନୃତ୍ୟ ଜଗତ ସମେତ ବହୁ ବିଶଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow