କୂଅ ଭିତରେ ବିଷାକ୍ତ ଗ୍ୟାସ୍ ନିର୍ଗତ କାରଣରୁ ୫ ଜଣଙ୍କର ମୃତ୍ୟୁ

Jul 5, 2024 - 17:55
 0  2
କୂଅ ଭିତରେ ବିଷାକ୍ତ ଗ୍ୟାସ୍ ନିର୍ଗତ କାରଣରୁ ୫ ଜଣଙ୍କର ମୃତ୍ୟୁ

ଛତିଶଗଡ଼ର ଜାଞ୍ଜିଗିର ଚାମ୍ପାରେ କୂଅ ଭିତରେ ବିଷାକ୍ତ ଗ୍ୟାସ୍ ନିର୍ଗତ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ଅଛନ୍ତି ବାପା ପୁଅ । ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର ପାଇଁ ଟିମ୍କୁ ଡାକିଛି। ସୂଚନା ଅନୁସାରେ ଏହି ଘଟଣା ଘଟିଛି କିକିରଦା ଗାଁରେ । ଜଣେ ବ୍ୟକ୍ତି କୂଅ ଭିତରେ ପଡ଼ିଥିବା କାଠ ବାହାର କରିବା ପାଇଁ ପଶିଥିଲେ। କୂଅ ଭିତରେ ଯେତବେଳେ ସେ ପହଞ୍ଚିଲେ ବିଷାକ୍ତ ଗ୍ୟାସ ନିର୍ଗତ ହେଉଥିବା ଜାଣିପାରିଥିଲେ। କିନ୍ତୁ ସେ ବାହାରକୁ ଆସବା ପାଇଁ ଉଦ୍ୟମ କରୁଥିବା ବେଳେ ଆଖି ବୁଜିଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ପଡୋଶୀ ରମେଶ ପଟେଲ ମଧ୍ୟ କୂଅ ଭିତରକୁ ପଶିଥିଲେ। କିନ୍ତୁ ରମେଶ ମଧ୍ୟ ଆଉ ଫେରିପାରି ନଥିଲେ। ରମେଶଙ୍କ ଦୁଇପୁଅ ରାଜେନ୍ଦ୍ର ଓ ଜିତେନ୍ଦ୍ର ମଧ୍ୟ ପିତାଙ୍କୁ ବଞ୍ଚାଇବା ପାଇଁ କୂଅ ଭିତରକୁ ପଶିଥିଲେ। କିନ୍ତୁ ସେମାନେ ମଧ୍ୟ କୂଅ ଭିତରେ ଅଣନିଃଶ୍ବାସୀ ହୋଇଯାଇଥିଲେ। ଏହା ପରେ ଅନ୍ୟ ଏକ ପଡୋଶୀ ଟିକେଶ ଚନ୍ଦ୍ର କୂଅ ଭିତରକୁ ପଶିଥିଲେ। ତାଙ୍କର ମଧ୍ୟ ସେଠାରେ ମୃତ୍ୟୁ ହୋଇଥିଲା। ଅଳ୍ପ ସମୟ ମଧ୍ୟରେ ଜଣକ ପରେ ଜରେ କୂଅ ଭିତରେ ଜୀବନ ହାରିଥିଲେ।  ତେବେ ଏହି ଅପ୍ରୀତିକର ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। 

What's Your Reaction?

like

dislike

love

funny

angry

sad

wow