ନିଟ ପରୀକ୍ଷା ମାମଲାର ଶୁଣାଣି କରିବେ ସିଜେଆଇଙ୍କ ନେତୃତ୍ୱରେ ଗଠିତ ବେଞ୍ଚ 

Jul 2, 2024 - 14:08
 0  2
ନିଟ ପରୀକ୍ଷା ମାମଲାର ଶୁଣାଣି କରିବେ ସିଜେଆଇଙ୍କ ନେତୃତ୍ୱରେ ଗଠିତ ବେଞ୍ଚ 

ନିଟ ପରୀକ୍ଷା ସହ ଜଡିତ ସମସ୍ତ ମାମଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ହେବ ଶୁଣାଣି । ବର୍ତ୍ତମାନ ପର୍ଯ୍ୟନ୍ତ ନିଟ୍ ୟୁଜି ସହ ଜଡିତ ମାମଲା ସୁପ୍ରିମକୋର୍ଟଙ୍କ ଅବାକାଶ ବେଞ୍ଚ ଦ୍ୱାରା ଶୁଣାଣି ହେଉଥିଲା। ଏଥିସହ, ଜୁଲାଇ ୬ରୁ ଆଡମିଶନ ପାଇଁ କାଉନସେଲିଂ ପ୍ରକ୍ରିୟା ବନ୍ଦ କରିବାକୁ ମନା କରାଯାଇଛି। ଏହି ମାମଲାର ଶୁଣାଣି ଜୁଲାଇ ୮ରୁ ସକାଳ ୧୦ଟା ୩୦ରେ ଆରମ୍ଭ ହେବ। ସୁପ୍ରିମକୋର୍ଟଙ୍କ ଡେଲି କଜ ତାଲିକା ଅନୁଯାୟୀ ଶିବାଙ୍ଗୀ ମିଶ୍ର ଏବଂ ଅନ୍ୟମାନଙ୍କ ବନାମ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବଂ ଅନ୍ୟମାନଙ୍କ ମାମଲା ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ଶୁଣାଣି ହେବ। ଯେଉଁଥିରେ ଜଷ୍ଟିସ ଜେ.ବି ପାଦରିବାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି।

What's Your Reaction?

like

dislike

love

funny

angry

sad

wow