ହାଥରସ୍ ଗସ୍ତରେ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧୀ

Jul 5, 2024 - 17:40
Jul 5, 2024 - 17:41
 0  3
ହାଥରସ୍ ଗସ୍ତରେ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି  ରାହୁଲ ଗାନ୍ଧୀ
ହାଥରସ୍ ଗସ୍ତରେ ଯାଇ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି  ରାହୁଲ ଗାନ୍ଧୀ

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ହାଥରସ୍ ଗସ୍ତରେ ଯାଇ ଭେଟିଛନ୍ତି ପୀଡିତଙ୍କ ପରିବାର ସଦସ୍ୟଙ୍କୁ । କିଛି ପ୍ରଭାବିତ ପରିବାରଙ୍କୁ ଭେଟିବା ପାଇଁ ସେ ଗସ୍ତ କରିଥିଲେ ଆଲିଗଡ । ପୀଡିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଏହା ଏକ ରାଜନୈତିକ ଦୃଷ୍ଟିକୋଣରୁ ଦେଖୁନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସର୍ବାଧିକ କ୍ଷତିପୂରଣ ଦିଆଯିବା ଉଚିତ। ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ଭାବେ କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରୁଛି । ଉତ୍ତରପ୍ରଦେଶର ହାଥରସ ସତସଙ୍ଗରେ ଦଳାଚକଟାରେ ୧୨୩ ଜଣଙ୍କର ମୃତ୍ୟୁ ଘଟିବା ପରେ ଏହି ଘଟଣା ଏବେ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ୍ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରି ସାରିଲାଣି।

What's Your Reaction?

like

dislike

love

funny

angry

sad

wow