ନିଟ୍ ପେପର୍ ଲିକ୍ ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିବିଆଇ

Aug 4, 2024 - 12:16
 0  3
ନିଟ୍ ପେପର୍ ଲିକ୍ ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିବିଆଇ

ନିଟ୍ ପେପର୍ ଲିକ୍ ମାମଲାରେ ଏବେ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ସିବିଆଇ । ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସଲଭର୍ । ଶନିବାର ସିବିଆଇ ଭିଲଓ୍ୱାଡା ସ୍ଥିତ ମେଡିକାଲ କଲେଜରେ ଏମ୍ବିବିଏସ୍ ପଢ଼ୁଥିବା ସନ୍ଦୀପକୁ  କରିଥିଲା ପଚରାଉଚରା। ଏହା ପରେ ତାଙ୍କୁ ଗିରଫ କରାଯାଇ ସ୍ୱତନ୍ତ୍ର କୋର୍ଟରେ କରାଯାଇଥିଲା  ହାଜର । କୋର୍ଟ ସନ୍ଦୀପଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ସନ୍ଦୀପଙ୍କ ପୂର୍ବରୁ ସିବିଆଇ ରାଜସ୍ଥାନରୁ କୁମାର ମଙ୍ଗଲମ ବିଷ୍ଣୁ ଏବଂ ଦୀପେନ୍ଦ୍ର ଶର୍ମାଙ୍କୁ କରିଥିଲା ଗିରଫ ।ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପାଟନା AIIMS ର ଚାରିଜଣ ଛାତ୍ରଙ୍କ ସମେତ ସମାଧାନକାରୀ ଭାବରେ କାର୍ଯ୍ୟ କରିଥିବା ମୋଟ ୯ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି।

What's Your Reaction?

like

dislike

love

funny

angry

sad

wow