ପ୍ରବଳ ବର୍ଷା ପାଇଁ ତିନି ରାଜ୍ୟକୁ ହେଲା ସତର୍କତା ଜାରି : ବନ୍ଦ ରହିବ ଶିକ୍ଷାନୁଷ୍ଠାନ

Jul 16, 2024 - 15:07
 0  1
ପ୍ରବଳ ବର୍ଷା ପାଇଁ ତିନି ରାଜ୍ୟକୁ ହେଲା ସତର୍କତା ଜାରି : ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ତିନିଟି ରାଜ୍ୟ ପାଇଁ ହେଲା ଜାରି ଲାଲ ସତର୍କତା। ଆଗାମୀ ଦୁଇ ତିନି ଦିନ ମଧ୍ୟରେ ମହାରାଷ୍ଟ୍ର, ଗୋଆ ଓ କେରଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ଏହି ପରିପ୍ରେକ୍ଷୀରେ ଗୋଆ ସରକାର ଆସନ୍ତା ବୁଧବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ କରିଛନ୍ତି ବନ୍ଦ ଘୋଷଣା । କେରଳର ମାଲାପୁରମ, କନ୍ନୁର ଓ କସରାଗଡ ପାଇଁ ଲାଲ ସତର୍କତା ଜାରି କରାଯାଇଥିବାବେଳେ ଏର୍ଣ୍ଣାକୁଲମ, ପାଲାକ୍କାଡ, ତ୍ରିସୁର, କୋଜିକୋଡ ଓ ୱାୟନାଡ୍‌ ପାଇଁ ଜାରି କରାଯାଇଛି କମଳା ସତର୍କତା । ଆଗାମୀ ଦୁଇ ଦିନ ମଧ୍ୟରେ ଏହି ତିନି ରାଜ୍ୟରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରର ସତାରା, କୋହ୍ଲାପୁର, ସିନ୍ଧୁଦୁର୍ଗ ଓ ରତ୍ନଗିରି ଜିଲାକୁ ଲାଲ ସତର୍କତା ଜାରି କରାଯାଇଥିବାବେଳେ ମୁମ୍ବଇ, ପାଲଘରକୁ ୟେଲୋ ଆଲର୍ଟ ଏବଂ ଥାଣେ, ରାଏଗଡ ଓ ପୁଣେ ପାଇଁ କମଳା ସତର୍କତା ଜାରି କରାଯାଇଛି।

What's Your Reaction?

like

dislike

love

funny

angry

sad

wow