ବଦଳିବ ଯୁକ୍ତ୨ ବୋର୍ଡ ପରୀକ୍ଷା ମୂଲ୍ୟାୟନ ଢାଞ୍ଚା
ଚଳିତ ବର୍ଷ ବଦଳିବ ଯୁକ୍ତ୨ ବୋର୍ଡ ପରୀକ୍ଷା ମୂଲ୍ୟାୟନ ଢାଞ୍ଚା।ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବେ ଯୁକ୍ତ୨ ଛାତ୍ର ଛାତ୍ରୀ। ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେଷମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଉଭୟ ଆସେଶମେଣ୍ଟ ଓ ଥିଓରୀ ପରୀକ୍ଷା କୁ ମିଶାଇ ୧୦୦ ମାର୍କର ହେବ ପରୀକ୍ଷା। ୧୦୦ ରୁ ୨୪ ମାର୍କ ରଖିଲେ ହେବେ ଉତ୍ତାର୍ଣ୍ଣ ।ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା।ତେବେ ପିଲାଙ୍କୁ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର୍ କରିବା ପାଇଁ ନେସନାଲ ଢାଞ୍ଚା ରେ ପରୀକ୍ଷା କରିବାକୁ ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପୂର୍ବରୁ ମୂଲ୍ୟାୟନ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ ଛାତ୍ର ଛାତ୍ରୀ।
What's Your Reaction?