ଅଜଣା ପରିବେଶରେ ଓରାଙ୍ଗଉଟାନ୍‌ଙ୍କୁ ଷ୍ଟ୍ରେସ୍‌ ! ମାନସିକ ଚାପ କମାଇବ ମ୍ୟୁଜିକ୍ ଥେରାପି

Sep 13, 2026 - 11:34
 0  1
ଅଜଣା ପରିବେଶରେ ଓରାଙ୍ଗଉଟାନ୍‌ଙ୍କୁ ଷ୍ଟ୍ରେସ୍‌ ! ମାନସିକ ଚାପ କମାଇବ ମ୍ୟୁଜିକ୍ ଥେରାପି

ଓଡ଼ିଶାରେ ଉଦ୍ଧାର ହୋଇଥିବା ବିଦେଶୀ ଓରାଙ୍ଗଉଟାନ୍‌ଙ୍କ ସୁରକ୍ଷା ଓ ଥଇଥାନ ଏବେ ବନବିଭାଗ ପାଇଁ ବଡ଼ ଆହ୍ୱାନ । ନିଜ ପ୍ରାକୃତିକ ପରିବେଶଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ଏହି ବିରଳ ବନ୍ୟପ୍ରାଣୀ ଓଡ଼ିଶାର ଜଳବାୟୁ ସହ କିଭଳି ଖାପଖୁଆଇବେ ? 

ଓଡ଼ିଶାରେ ଉଦ୍ଧାର ହୋଇଥିବା ବିଦେଶୀ ଓରାଙ୍ଗଉଟାନ୍‌ଙ୍କ ସୁରକ୍ଷା ଓ ଥଇଥାନ ଏବେ ବନବିଭାଗ ପାଇଁ ବଡ଼ ଆହ୍ୱାନ । ନିଜ ପ୍ରାକୃତିକ ପରିବେଶଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ଏହି ବିରଳ ବନ୍ୟପ୍ରାଣୀ ଓଡ଼ିଶାର ଜଳବାୟୁ ସହ କିଭଳି ଖାପଖୁଆଇବେ ? ସେମାନଙ୍କ ମାନସିକ ଚାପ କମାଇବା ପାଇଁ ଦିଆଯାଉଛି ମ୍ୟୁଜିକ୍ ଥେରାପି। ଓଡ଼ିଶା ମାଟିରେ ବିରଳ ବିଦେଶୀ ଜୀବ ଓରାଙ୍ଗଉଟାନ୍‌ଙ୍କ ଉପସ୍ଥିତି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ତେବେ ଏହି ଜୀବମାନଙ୍କ ମୂଳ ବାସସ୍ଥାନ ଇଣ୍ଡୋନେସିଆ ଓ ମାଲେସିଆର ଘଞ୍ଚ ବର୍ଷାରଣ୍ୟ ହୋଇଥିବାରୁ, ଏଠାକାର ଭିନ୍ନ ତାପମାତ୍ରା, ଆର୍ଦ୍ରତା ଓ ଖାଦ୍ୟଶୈଳୀ ସେମାନଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ, ତାହାକୁ ନେଇ ଚିନ୍ତା ବଢ଼ିଛି ।

ଶାରୀରିକ ସ୍ୱାସ୍ଥ୍ୟ ସହ ଅଜଣା ପରିବେଶରେ ରହିବା କାରଣରୁ ଏହି ବୁଦ୍ଧିମାନ ବନ୍ୟପ୍ରାଣୀମାନେ ଗମ୍ଭୀର ମାନସିକ ଚାପ ବା ଷ୍ଟ୍ରେସ୍‌ ଦେଇ ଗତି କରୁଛନ୍ତି । ଏହି ମାନସିକ ଚାପ ହ୍ରାସ କରିବା ପାଇଁ ବର୍ତ୍ତମାନ ସେମାନଙ୍କୁ ସ୍ୱତନ୍ତ୍ର ‘ମ୍ୟୁଜିକ୍ ଥେରାପି’ ପ୍ରଦାନ କରାଯାଉଛି । ଏହି ମ୍ୟୁଜିକ୍ ଥେରାପି ସେମାନଙ୍କ ଚାପ କମାଇବାରେ କେତେଦୂର ଫଳପ୍ରଦ ହେବ ? ଓଡ଼ିଶାରେ ଏମାନଙ୍କ ଦୀର୍ଘକାଳୀନ ଜୀବନଯାପନ ପାଇଁ କେଉଁ କେଉଁ ଦିଗ ଉପରେ ସ୍ୱତନ୍ତ୍ର ଯତ୍ନ ନେବା ଜରୁରୀ ?   

What's Your Reaction?

like

dislike

love

funny

angry

sad

wow