ବିଧାନସଭାର ପ୍ରଥମ ଅଧିବେଶନରୁ ଆରମ୍ଭ ହୋଇଛି ହଟ୍ଟଗୋଳ

Jul 22, 2024 - 11:31
 0  11
ବିଧାନସଭାର ପ୍ରଥମ ଅଧିବେଶନରୁ ଆରମ୍ଭ ହୋଇଛି ହଟ୍ଟଗୋଳ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରୁ ଆରମ୍ଭ ହୋଇଛି ହଟ୍ଟଗୋଳ । ରାଜ୍ୟପାଳଙ୍କ ଅଭିଭାଷର ସମୟରେ କକ୍ଷ ତ୍ୟାଗ କଲେ ବିରୋଧୀ । ଆଜି ଗୃହ ଆରମ୍ଭ ହେବା ପରେ ଶୁଣିବାକୁ ମିଳିଥିଲା ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ ନାରା । ଓଡିଆ ଅସ୍ମିତା କଥା ଉଠାଇ ପ୍ରତିବାଦ କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ । ନିଜ ଆସନରେ ଛିଡା ହେଇ ପ୍ରତିବାଦ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ମଧ୍ୟ ପ୍ରତିବାଦ କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ । ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର।

What's Your Reaction?

like

dislike

love

funny

angry

sad

wow