ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ
ବିଧାନସଭା ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ପହଞ୍ଚି ପାର୍ଥୀପତ୍ର ପ୍ରତ୍ୟାହର କଲେ ଜଗନ୍ନାଥ ପ୍ରଧାନ। ରାଜ୍ୟସଭା ଉପନିର୍ବାଚନ ପାଇଁ ଅଗଷ୍ଟ ୨୨ ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ଥିଲେ ଜଗନ୍ନାଥ । ନାମାଙ୍କନ ଭରିବା ସମୟରେ ତାଙ୍କର ପ୍ରସ୍ତାବକ ହୋଇଥିଲେ ୧୦ ବିଜେପି ବିଧାୟକ ।ସୂଚନା ଅନୁସାରେ, ରାଜ୍ୟସଭା ପ୍ରାର୍ଥୀ ପାଇଁ ମମତା ମହାନ୍ତଙ୍କ ନାଁ ଭାଜପା ଘୋଷଣା କରିବା ପରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ ମମତା । ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଜଗନ୍ନାଥ । ହେଲେ ପରେ ନାମାଙ୍କନ ପ୍ରତ୍ୟାହାର କରିବାକୁ ସେ କରିଥିଲେ ଘୋଷଣା ।ତେବେ ରାଜ୍ୟରେ ଭାଜପାର ବିଧାୟକ ସଂଖ୍ୟାକୁ ଦୃଷ୍ଟି ଦେଲେ ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭା ଯିବା ଏକ ପ୍ରକାର ସୁନିଶ୍ଚିତ।
What's Your Reaction?