ବିଷାକ୍ତ ମଦ ମୃତ୍ୟୁକୁ ନେଇ ବିଧାନସଭା କାର୍ଯ୍ୟରେ ସୃଷ୍ଟି ହୋଇଛି ବାଧା

Aug 22, 2024 - 12:02
 0  5
ବିଷାକ୍ତ ମଦ ମୃତ୍ୟୁକୁ ନେଇ ବିଧାନସଭା କାର୍ଯ୍ୟରେ ସୃଷ୍ଟି ହୋଇଛି ବାଧା

ଗଞ୍ଜାମରେ ଚିକିଟିରେ ହୋଇଥିବା ବିଷାକ୍ତ ମଦ ମୃତ୍ୟୁକୁ ନେଇ ବିଧାନସଭା କାର୍ଯ୍ୟରେ ସୃଷ୍ଟି ହୋଇଛି ବାଧା । ଲଗାତର ତୃତୀୟ ଦିନରେ ଚାଲିପାରି ନାହିଁ ପ୍ରଶ୍ନକାଳ। ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ୧୧ଟା ୩୦ମିନିଟ୍ ଯାଏ ଘୋଷଣା କରିଛନ୍ତି ମୁଲତବୀ। ଗଞ୍ଜାମ ମଦ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଶାନ୍ତ ହେଉନାହିଁ ବିରୋଧୀ ବିଜେଡ଼ି। ଦୁଇ ଦିନ ହେଲା ସମାନ ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳ ଚଳାଇ ଦେଉ ନାହିଁ ବିଜେଡ଼ି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦେବା ଦାବିରେ ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟ ହୋହାଲ୍ଲା କରିଛନ୍ତି । ସେପଟେ ଇଡି ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ପ୍ରଶ୍ନକାଳ ଆଲୋଚନାରେ ସୃଷ୍ଟି ହୋଇଛି ବାଧା। ବାଚସ୍ପତି ଗୃହ କାର୍ଯ୍ୟକୁ ୧୧ଟା ୩୦ମିନିଟ୍ ଯାଏ ମୁଲତବୀ ରଖିଛନ୍ତି । 

What's Your Reaction?

like

dislike

love

funny

angry

sad

wow