ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ କରାଯିବ ଫେରସ୍ତ

Nov 13, 2024 - 18:55
 0  2
ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ କରାଯିବ ଫେରସ୍ତ

ଖୁବ୍‌ ଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ କରାଯିବ ଫେରସ୍ତ  । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏଭଳି ସୂଚନା ଦେଇଛନ୍ତି  ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ଦିନେ ଦୁଇ ଦିନ ଭିତରେ ଚାଷୀ ମାନଙ୍କୁ  ଫେରାଇ ଦିଆଯିବ ସେମାନଙ୍କ ଜମି। ପ୍ରତି ବଦଳରେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ ଚାଷୀମାନେ। ୨୦୦୬ ମସିହା ଜୁଲାଇ ୧୯ ତାରିଖରେ ବେଦାନ୍ତ ଫାଉଣ୍ଡେସନ ସାଙ୍ଗରେ ଚୁକ୍ତିନାମା କରିଥିଲେ ତତ୍କାଳୀନ ରାଜ୍ୟ ସରକାର ।ବେଦାନ୍ତ ଭିନ୍ନ ଭିନ୍ନ ସମୟରେ କେଉଁ ନାଁରେ ଜମି ଅଧିଗ୍ରହଣ ହେବ, କେଉଁ ନାଁରେ ବିଶ୍ଵବିଦ୍ୟାଳୟ ହେବ ନାଁ ପରିବର୍ତ୍ତନ କରିଥିଲା । ଏମଓୟୁ  ହେବା ପରେ ତିନିଥର ହୋଇଥିଲା ନାଁ ପରିବର୍ତ୍ତନ,ଯେଉଁଥିରେ  ବାସଚ୍ୟୁତ ହୋଇଥିଲେ ୨୨ ଗାଁର ଲୋକେ । ୪ ହଜାର ୧୭୮.୮୪ ଏକର ଘରୋଇ ଜମି ଦିଆଯାଇଥିଲା । ବାସଚ୍ୟୁତ ଲୋକଙ୍କ ମଧ୍ୟରୁ ୯ ଜଣ ଉଚ୍ଚନ୍ୟାଳୟଙ୍କ ମଧ୍ଯ ହୋଇଥିଲେ ଦ୍ୱାରସ୍ଥ।ତେବେ ୨୦୨୩ ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରି ସମସ୍ତଙ୍କ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚନ୍ୟାଳୟଙ୍କ। ଏହାକୁ ବିରୋଧ କରି ବେଦାନ୍ତ ସର୍ବୋଚ୍ଚଅଦାଲତଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ସର୍ବୋଚ୍ଚଅଦାଲତ ଉଚ୍ଚନ୍ୟାଳୟଙ୍କ ରାୟକୁ ରଖିଥିଲେ କାୟମ । 

What's Your Reaction?

like

dislike

love

funny

angry

sad

wow