ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ

Jan 26, 2026 - 17:46
 0  0
ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ

ସଠିକ ସମୟରେ ପଞ୍ଚାୟତ ନିର୍ବାଚନ ହେବା ନେଇ ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ କହିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ ।  ସବୁ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ଆମ କାର୍ଯ୍ୟକର୍ତ୍ତା। ଜନଗଣନା ମଧ୍ୟ ନିଶ୍ଚୟ ହେବ l ସେଥିରେ ହେବାର ନାହିଁ କୌଣସି ପରିବର୍ତ୍ତନ। ଉଭୟ ସରକାର ଓ ନିର୍ବାଚନ କମିଶନ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି ସମ୍ପନ୍ନ କରିବେ ପଞ୍ଚାୟତ ନିର୍ବାଚନ ଓ ଜନଗଣନା  । ଯେ କୌଣସି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବିଜେପି ଦଳ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବା ନେଇ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ।

What's Your Reaction?

like

dislike

love

funny

angry

sad

wow