ବ୍ରିଟେନରୁ ଭାରତ ଫେରିଲା ୧୦୦ ଟନ୍ ସୁନା

May 31, 2024 - 13:24
 0  4
ବ୍ରିଟେନରୁ ଭାରତ ଫେରିଲା ୧୦୦ ଟନ୍ ସୁନା

ବ୍ରିଟେନରୁ ଭାରତ ଫେରିଲା ୧୦୦ ଟନ୍ ସୁନା ।  ବିଦେଶରେ ବନ୍ଧକ ରଖିଥିବା ଶହେ ଟନ୍ ସୁନାକୁ ଏବେ ନିଜ ଦେଶକୁ ଫେରାଇ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଆଗାମୀ ଦିନରେ ବିଦେଶରେ ବନ୍ଧକ ପଡିଥିବା ଆହୁରି ସୁନାକୁ ମଧ୍ୟ ଦେଶକୁ ଫେରାଇ ଅଣାଯିବ । ତେବେ ୧୯୯୧ ମସିହାରେ ବନ୍ଧକ ରଖାଯାଇଥିବା ଏହି ସୁନାକୁ ଏବେ ଆରବିଆଇର ଷ୍ଟକରେ କରାଯାଇଛି ସାମିଲ  । ଭାରତୀୟ ରିଜର୍ଭ ବ୍ୟଙ୍କର ଅଧାରୁ ଅଧିକ ସୁନା ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ ପାଖରେ ରହିଛି । ଆରବିଆଇ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ, ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ ଭାବରେ ରହିଛି ୮୨୨.୧୦ ଟନ୍ ସୁନା ,ଯାହାକି ଗତବର୍ଷ ଏହି ସମୟରେ ଥିଲା ୭୯୪.୬୩ ଟନ୍ । ୧୯୯୧ ମସିହାରେ ଚନ୍ଦ୍ରଶେଖର ସରକାରଙ୍କ ସମୟରେ ଆର୍ଥିକ ସନ୍ତୁଳନ ରକ୍ଷା କରିବାକୁ ରିଜର୍ଭ ବ୍ୟାଙ୍କର ସୁନାକୁ ରଖାଯାଇଥିଲା ବନ୍ଧକ । ୧୯୯୧ ମସିହା ଜୁଲାଇ ୧ରୁ ୧୮ ତାରିଖରେ  ୪୬.୯୧ ଟନ୍ ସୁନା ବନ୍ଧକ ରଖି ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ୍ ଅଫ୍ ଜାପାନ ପାଖରୁ ୪ ଶହ ମିଲିୟନ୍ ଟଙ୍କା ଯୋଗାଡ କରିପାରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କୱାଲ୍ଡ ଗୋଲ୍ଡ କାଉନ୍ସିଲର ରିପୋର୍ଟ ଅନୁଯାୟୀ , ବିଶ୍ୱ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ବର୍ତ୍ତମାନ ଖନନ କରାଯାଇଥିବା ସୁନାର ପ୍ରାୟ ୧୭ ପ୍ରତିଶତ ସୁନା ରହିଛି ମହଜୁଦ୍ ।

What's Your Reaction?

like

dislike

love

funny

angry

sad

wow