ବ୍ୟାନ ହେବ ଇମ୍ରାନ ଖାନଙ୍କ ଦଳ

Jul 16, 2024 - 14:53
 0  3
ବ୍ୟାନ ହେବ ଇମ୍ରାନ ଖାନଙ୍କ ଦଳ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଖୁବଶୀଘ୍ର ଦେଶରେ ପ୍ରତିବନ୍ଧକ ହେବାକୁ ଯାଉଛି ତାଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ ତଥା ପିଟିଆଇ। ଦେଶ ବିରୋଧୀ କାର୍ଯ୍ୟରେ ପିଟିଆଇ ଲିପ୍ତ ଥିବାରୁ ଏହାକୁ ପାକିସ୍ତାନରେ ଅସିଦ୍ଧ ଘୋଷଣା କରାଯିବ ବୋଲି ପ୍ରକାଶ ପାଇଛି ରିପୋର୍ଟ।ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲା ତରାର କହିଛନ୍ତି ଯେ, “ପିଟିଆଇକୁ ପ୍ରତିବନ୍ଧକ କରିବା ପାଇଁ ଗୋଟିଏ ମାମଲା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସର୍ବୋଚ୍ଚଅଦାଲତକୁ ଯିବ ଏହି ମାମଲା। ପିଟିଆଇକୁ ଦେଶରେ ପ୍ରତିବନ୍ଧକକରିବା ପାଇଁ ସରକାରଙ୍କ ପାଖରେ ରହିଛି ପ୍ରମାଣ। ସରକାର ଏବେ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ମିଳିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow