ଭିଜିଲାନ୍ସ ଜାଲରେ ଇଡକୋ କନିଷ୍ଠ ମ୍ୟାନେଜର

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ କନିଷ୍ଠ ମ୍ୟାନେଜର ବିଜୟ କୁମାର ଉଦୟସିଂଙ୍କ ୬ଟି ଠିକଣା ଉପରେ ଚଢ଼ାଉ କରୁଛି ଭିଜିଲାନ୍ସ ।ଆର୍ଯ୍ୟବିହାର ୫୦୪ ପ୍ଳଟ, ପୁରୀ ବାଲୁଖଣ୍ଡ ୪୩୦ B ବ୍ଲକ୍ ଚତୁର୍ଥ ମହଲାରେ ଥିବା ଫ୍ଲାଟ୍ , ଜଙ୍କିଆ ମୁଣ୍ଡମ୍ବାରେ ଥିବା ପୈତୃକ ଘର, ଭୁବନେଶ୍ଵର ଇଡକୋ କାର୍ଯ୍ୟାଳୟ, ଜଙ୍କିଆଠାରେ ଥିବା କ୍ରସର ଏବଂ ଭୁବନେଶ୍ଵର ସାମନ୍ତରାପୁରଠାରେ ଥିବା ସମ୍ପର୍କୀୟଙ୍କ ଘରେ ଜାରି ରହିଛି ଏକକାଳୀନ ଚଢାଉ।ଅନେକ ସୁନା ଅଳଙ୍କାର ସମେତ ସମ୍ପତ୍ତି ହେଲାଣି ଠାବ । ସେପଟେ ବାବୁଙ୍କ ବିଳାଶପୂର୍ଣ୍ଣ ଘର ଦେଖି ତାଜୁବ ହୋଇଛି ଭିଜିଲାନ୍ସ ଦଳ। ବାବୁଙ୍କ ବାସଭବନରେ ଲାଗିଛି ରିମୋର୍ଟବାଲା ଫାଟକ,ଯାହାର ଦାମ ଲକ୍ଷାଧିକ ଟଙ୍କା ।
What's Your Reaction?






