ଭିତରକନିକାରୁ ଧାମରା ଭିତରେ ସ୍ଥଳଭାଗ ଛୁଇଁବ ଦାନା
ଭିତରକନିକାରୁ ଧାମରା ଭିତରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଦାନା । ପାଣିପାଗ ବିଜ୍ଞାନୀଙ୍କ କହିବା ମୁତାବକ, ଭିତରକନିକାର ହେନ୍ତାଳ ବନରେ କମିଯିବ ବାତ୍ୟାର ପ୍ରକୋପ । ୨୦୨୧ରେ ହେଇଥିବା ବାତ୍ୟା ୟଶ୍ ଭଳି, ରହିବ ବାତ୍ୟା ଦାନାର ପ୍ରଭାବ । ତେବେ ଉପକୂଳରେ ବାତ୍ୟା ଦାନା ଦୁର୍ବଳ ହେଇଯିବ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରିଛି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଲୋକସେବା ଭବନରେ ବାତ୍ୟାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଏସଆରସିଙ୍କ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଥିଲେ ଉପିସ୍ଥିତ ।
What's Your Reaction?