ସରିଲା ଅନନ୍ତ-ରାଧିକାଙ୍କ ବାହାଘର

Jul 13, 2024 - 17:39
 0  4
ସରିଲା ଅନନ୍ତ-ରାଧିକାଙ୍କ ବାହାଘର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ତଥା ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବ୍ୟବସାୟୀ ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ଆଜି ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ବିବାହ କରିଛନ୍ତି। ଏହି ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ବଲିଉଡ, ହଲିଉଡ ତାରକାଠାରୁ ଆରମ୍ଭ କରି ଅନେକ ରାଜନେତା ଏବଂ ପ୍ରସିଦ୍ଧ ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି। ୫ ହଜାର କୋଟି ବ୍ୟୟରେ ହେଉଥିବା ଏହି ବାହାଘରରେ ପ୍ରାୟ ୨୫୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ଏହି ବିବାହ ପାଇଁ ଦେଶ ତଥା ବିଦେଶରୁ ଅତିଥିମାନେ ମଧ୍ୟ ଆସିଛନ୍ତି। ସେମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାର,ସାମସଙ୍ଗ ସିଇଓ ଏକାର୍‌ଦାସିଆନ୍‌ ସିଷ୍ଟର୍ସ ରହିଛନ୍ତି। ବିବାହରେ ବଲିଉଡ୍‌ ଗାୟକ ହନି ସିଂହଙ୍କ ପରଫରମାନ୍ସ ସହ ରଣବୀର ସିଂହଙ୍କ ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ପ୍ରିୟଙ୍କା ଚୋପ୍ରା ଅନନ୍ତ ଅମ୍ବାନୀ-ରାଧିକା ବ୍ୟବସାୟୀଙ୍କ ବିବାହରେ ତାଙ୍କ ସ୍ୱାମୀ ନିକ୍‌ ଜୋନାସ୍‌ଙ୍କ ସହ ଧୁମ୍‌ ନାଚିଥିଲେ। ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅନିଲ କପୁର,ସଲ୍‌ମାନ୍‌ ଖାନ୍‌, ଶାହରୁଖ୍‌ -ଗୌରୀ, କ୍ୟାଟ୍ରିନା କୈଫ୍‌-ଭିକି କୌଶଲ୍‌, ଜନ୍ ସିନା, ଅର୍ଜୁନ କପୁର, ରଣବୀର ସିଂ, ସଞ୍ଜୟ ଦତ୍ତ, କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଓ ପରିବାର ଏବଂ ଆଲିଆ ଭଟ୍ଟ ପ୍ରମୁଖ ଏହି ବାବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

What's Your Reaction?

like

dislike

love

funny

angry

sad

wow