ହୀରାକୁଦର ସମସ୍ତ ୬ଟି ଗେଟ୍ କରାଗଲା ବନ୍ଦ।
ଖୋଲାଥିବା ହୀରାକୁଦର ସମସ୍ତ ୬ଟି ଗେଟ୍ କରାଗଲା ବନ୍ଦ। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୨.୩୯ ଫୁଟ୍ । ଏନେଇ ଡ୍ୟାମ କର୍ତ୍ତୃପକ୍ଷ ଦେଇଛନ୍ତି ସୂଚନା । ବଙ୍ଗୋପସାଗରରେ ଦାନା ବାନ୍ଧିଛି ଆଉ ଏକ ଲଘୁଚାପ । ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି ଛତିଶଗଡ଼ ମୁହାଁ ହେବା ନେଇ ମଧ୍ୟ କରାଯାଇଛି ଆକଳନ । ଏହାର ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଛି ସୂଚନା। ଅନ୍ୟପକ୍ଷରେସକ୍ରିୟ ଥିବା ଲଘୁଚାପ ନେଇଛି ଅବପାତର ରୂପ । ଏଥିଯୋଗୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଲାଗି ରହିଛି।ତେବେ ଏହାର ପ୍ରଭାବରେ ରବିବାର ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ହୋଇଛି ପ୍ରବଳ ବର୍ଷା। ହେଲେ ଜଳସ୍ତରକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଆବଶ୍ୟକ ଗେଟ୍ ଖୋଲିବା ନେଇ ପଦକ୍ଷେପ ନିଆଯିବ ବୋଲି ଡ୍ୟାମ୍ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ସୂଚନା।
What's Your Reaction?