ଶ୍ରିକ୍ଷେତର ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର

Sep 2, 2024 - 13:28
 0  4
ଶ୍ରିକ୍ଷେତର ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ଆଜି ପୁରୀ ଆସି ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର। କଡା ସୂରକ୍ଷା ମଧ୍ୟରେ ସିଂହଦ୍ବାର ଥାନା ଠାରୁ ପହଞ୍ଚିଥିଲେ ଶ୍ରୀମନ୍ଦିର ପର୍ଯ୍ୟନ୍ତ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୁରୀ ଏସପି ଓ ଜିଲ୍ଲାପାଳ, ସେବାୟତ ମାନେ ରିଜର୍ଭବ୍ୟାଙ୍କ ଗଭର୍ଣ୍ଣରଙ୍କୁ ସ୍ବାଗତ କରି ଶ୍ରୀଜିୟୁଙ୍କ କରାଇଥିଲେ ଦର୍ଶନ। ତେବେ ଓଡିଶା ବାହାରେ ରହି ପ୍ରତିଦିନ ମହାପ୍ରଭୁଙ୍କୁ ସ୍ମରଣ କରିବା ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତିନି ଠାକୁରଙ୍କ ଦର୍ଶନ ପାଇ ପରମ ସୌଭାଗ୍ୟ ଲାଭ କରିଛନ୍ତି।ଏଥି ସହିତ  ଜଗତର କଲ୍ୟାଣ, ଦେଶର ଅର୍ଥନିତିରେ ସମୃଦ୍ଧି କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିଥିବା କହିଛନ୍ତି ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

What's Your Reaction?

like

dislike

love

funny

angry

sad

wow