ଲାଇନଚ୍ୟୁତ ହୋଇଛି ଏକ ମାଲବାହୀ ଟ୍ରେନ।

Sep 2, 2024 - 13:43
 0  12
ଲାଇନଚ୍ୟୁତ ହୋଇଛି ଏକ ମାଲବାହୀ ଟ୍ରେନ।

ଲାଇନଚ୍ୟୁତ ହୋଇଛି ଏକ ମାଲବାହୀ ଟ୍ରେନ। ପାରାଦୀପ ବାଉରିଆପାଳନ୍ଦା ନିକଟରେ ହୋଇଛି ଏହି ଦୁର୍ଘଟଣା। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ଦିଆଯାଇଛି ସୂଚନା। ଆଜି ପୂର୍ବାହ୍ଣ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ହୋଇଥିଲା ଲାଇନଚ୍ୟୁତ। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିବା ବେଳେ  ଅନ୍ୟ ଏକ ବଗି ଟ୍ରାକ ବାହାରକୁ ଆସି ଓଲଟି ପଡ଼ିଥିଲା। ପୋର୍ଟ କର୍ମଚାରୀ ଓ ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା ଜଣାଯାଇଛି।

What's Your Reaction?

like

dislike

love

funny

angry

sad

wow