ସାଲିଆସାହିରେ ବୁଲଡୋଜର ଲଗାଇ ମଦ ଭାଟି ଭାଙ୍ଗିଛି ପୁଲିସ

Aug 24, 2024 - 17:47
 0  3
ସାଲିଆସାହିରେ ବୁଲଡୋଜର ଲଗାଇ ମଦ ଭାଟି ଭାଙ୍ଗିଛି ପୁଲିସ

ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହେବା ପରେ ବୁଲିଲା ବୁଲଡୋଜର। ବୁଲଡୋଜର ଲଗାଇ ଚୋରା ମଦ ଭାଟି ଭାଙ୍ଗିଛି ପୁଲିସ। ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ। ସୂଚନା ଯୋଗ୍ୟ, ରାଜଧାନୀ ଭୁବନେଶ୍ଵରରେ ଦେଶୀ ମଦ ତିଆରି ହୋଇ ବିକ୍ରି ହେଉଥିବାବେଳେ ଏହାକୁ ରୋକିବାକୁ ଅଣ୍ଟା ଭିଡିଡ଼ି ପୁଲିସ। ଶନିବାର ପୁଲିସ ପକ୍ଷରୁ ସାଲିଆସାହିରେ ଚଢ଼ାଉ କରାଯିବା ବେଳେ ଠାବ ହୋଇ ଥିଲା ଏକ ଦେଶୀ ମଦ କାରଖାନା। ଏହା ସହ ବିପୁଳ ପରିମାଣରେ ଦେଶୀ ମଦ, ପୋଚ ଏବଂ ମଦ ତିଆରି ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମଗୁଡ଼ିକୁ କରାଯାଇଥିଲା ଜବତ। ଚଢ଼ାଉ ସମୟରେ ବହୁ ସଂଖ୍ୟକ ଡ୍ରମରେ ଦେଶୀ ମଦ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଏଠାରେ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଦେଶୀ ମଦ ଚାଲାଣ କରାଯାଉଥିବା ଏବେ ସାମ୍ନାକୁ ଆସିଛି।

What's Your Reaction?

like

dislike

love

funny

angry

sad

wow