୧୧ ତାରିଖ ପରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା

Jul 9, 2024 - 11:50
 0  5
୧୧ ତାରିଖ ପରେ ବର୍ଷା ପରିମାଣ ବଢ଼ିବା ସମ୍ଭାବନା

ରାଜ୍ୟରେ ଆସନ୍ତା ୨ଦିନ ଲାଗି ରହିବ ବର୍ଷା ୧୧ ତାରିଖ ପରେ ବର୍ଷା ପରିମାଣ ବଢ଼ିବାର ରହିଛି ସମ୍ଭାବନା ଏଥିସହ ଉପକୂଳ ଅଧିକାଂଶ ଜିଲାରେ ବଜ୍ରପାତ ସହ ହୋଇପାରେ ଘଡ଼ଘଡ଼ି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମିଳିଥିବା ସୂଚନା ଅନୁସାରେ, ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଗଜପତି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା ଏସବୁ ଜିଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଗଞ୍ଜାମ ଜିଲାରେ ବଜ୍ରପାତ, ଘଡ଼ିଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ତାରିଖରେ କେତେକ ଜିଲାରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

What's Your Reaction?

like

dislike

love

funny

angry

sad

wow