ରୋହିତ ଓ କୋହଲିଙ୍କୁ ନେଇ ବଡ଼ ଘୋଷଣା

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ପେସ୍ ବୋଲର ଜସପ୍ରୀତ୍ ବୁମ୍ରାଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର। ଏହି ଖେଳାଳିଙ୍କୁ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୱାନ୍ଡେ ସିରିଜ୍ରୁ ବାଦ୍ ଦିଆଯିବାର ରହିଛି ସମ୍ଭାବନା। ଏହି ସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା କିମ଼୍ବା କେଏଲ୍ ରାହୁଲଙ୍କୁ ଅଧିନାୟକ ଭାର ଦିଆଯାଇପାରେ । କୁହାଯାଉଛି ଯେ ଏହି ତିନି ଖେଳାଳି ବିସିସିଆଇକୁ ମାଗିଛନ୍ତି ଛୁଟି। ରୋହତ ଶର୍ମା ୬ ମାସ ହେବ ନେଇ ନାହାନ୍ତି ବ୍ରେକ୍। ଡିସେମ଼୍ବର-ଜାନୁଆରିରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପରେ ସେ ସମସ୍ତ ସିରିଜ୍ ଖେଳିଛନ୍ତି । ରୋହିତ ଏବଂ ବିରାଟ ଚମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୫୦ ଓଭର ବିଶିଷ୍ଟ ୩ ମ୍ୟାଚ୍ ଖେଳିବେ । ଏହା ସେମାନଙ୍କ ଅଭ୍ୟାସ ପାଇଁ ଯଥେଷ୍ଟ ବୋଲି ବିସିସିଆଇ କହିଛି । ଆଗାମୀ କିଛି ମାସ ମଧ୍ୟରେ ଦୁହେଁ ଟେଷ୍ଟ ମ୍ୟାଚ୍କୁ ପ୍ରାଥମିକତା ଦେବେ । ଭାରତ ସେପ୍ଟେମ଼୍ବରରୁ ଜାନୁଆରୀ ୨୦୨୫ ମଧ୍ୟରେ ୧୦ ଟେଷ୍ଟ ମ୍ୟାଚ୍ ଖେଳିବ ବୋଲି ଜଣାପଡ଼ିଛି ।
What's Your Reaction?






