ୱାୟନାଡ ଭୂସ୍ଖଳନରେ ୩୦୦ ଟପିଲା ମୃତ୍ୟୁ ସଂଖ୍ୟା

ୱାୟନାଡ ଭୂସ୍ଖଳନରେ ୩୦୦ ଟପିଲା  ମୃତ୍ୟୁ ସଂଖ୍ୟା

କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ୩୦୦ ଟପିଛି ମୃତ୍ୟୁ ସଂଖ୍ୟା। ବର୍ତମାନ ସୁଦ୍ଧା ୩୦୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୦ ଜଣ ହାସପାତାଳରେ ହେଉଛନ୍ତି ଚିକିତ୍ସିତ।ଏବେବି ୨ ଶହରୁ ଅଧିକ ଲୋକଙ୍କର ମିଳୁନି ପତ୍ତା। ସେମାନଙ୍କୁ ଖୋଜିବା ପାଇଁ ଏବେବି ଅଭିଯାନ ଜାରି ରଖିଛନ୍ତି ସେନା, ବାୟୁସେନା ଓ ନୌସେନା । ଭୂସ୍ଖଳନ ଯୋଗୁଁ ୱାୟନାଡର ୪ଟି ଗାଁ ଚୁରାଲମାଲା, ଅଟାମାଲ, ମୁଣ୍ଡାକାଇ ଓ ନୁଲପୁଝା ହୋଇଥିଲା ପ୍ରଭାବିତ ।