ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ସଶସ୍ତ୍ର ଡକାୟତି ; ୨ ଅଭିଯୁକ୍ତ ଗିରଫ

Sep 5, 2026 - 13:59
 0  0
ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ସଶସ୍ତ୍ର ଡକାୟତି ; ୨ ଅଭିଯୁକ୍ତ ଗିରଫ

ନବରଙ୍ଗପୁର ଜିଲ୍ଲା ଝରିଗାଁ ଗାଉଁଟିଆଗୁଡାର ଅବସରପ୍ରାପ୍ତ ଶିକ୍ଷକ ଲଚମନ ଠାକୁରଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା । ଏହି ମାମଲାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । 

ନବରଙ୍ଗପୁରର ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣା । ୨ ଅଭିଯୁକ୍ତ ଗିରଫ, ୧ଲକ୍ଷ ୫୫ ହଜାର ଟଙ୍କା ଜବତ । ନବରଙ୍ଗପୁର ଜିଲ୍ଲା ଝରିଗାଁ ଗାଉଁଟିଆଗୁଡାର ଅବସରପ୍ରାପ୍ତ ଶିକ୍ଷକ ଲଚମନ ଠାକୁରଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା । ଏହି ମାମଲାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା, ବାଇକ୍, ମୋବାଇଲ୍ ଏବଂ ଡକାୟତିରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି । ଉମରକୋଟ SDPO ଶୁଭେନ୍ଦୁ ଶବର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । 

ଗତ ଜୁଲାଇ ୧୦ ତାରିଖ ବିଳମ୍ବିତ ରାତିରେ ଅବସରପ୍ରାପ୍ତ ଶିକ୍ଷକ ଲଚମନ ଠାକୁରଙ୍କ ଘରେ ୫ରୁ ୬ ଜଣ ଡକାୟତ ପଶି ଅଲମାରି ଭାଙ୍ଗି ନଗଦ ୩ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ । ଝରିଗାଁ IICଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଛାନଭିନ କରି ୨ ଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୧ଲକ୍ଷ ୫୫ହଜାର ଟଙ୍କା, ଗୋଟିଏ ମୋଟରସାଇକେଲ୍, ୩ଟି ମୋବାଇଲ୍ ଫୋନ୍ ଓ ଡକାୟତିରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି ।  

ଗିରଫ ଅଭିଯୁକ୍ତମାନେ ୨୦୨୪ ନଭେମ୍ବର ମାସରେ ହାତୀବାଡ଼ି ଗାଁରେ ହୋଇଥିବା ଅନ୍ୟ ଏକ ଡକାୟତିରେ ମଧ୍ୟ ସଂପୃକ୍ତ ଥିବା ସୂଚନା ମିଳିଛି । ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଉଛି । ଏହି ଗ୍ୟାଙ୍ଗରେ ଆଉ ୩ ରୁ ୪ ଜଣ ସଦସ୍ୟ ସାମିଲ ଅଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହ ବାକି ଲୁଟ୍ ହୋଇଥିବା ସୁନା ଗହଣା ଓ ଟଙ୍କା ଉଦ୍ଧାର କରାଯିବ ବୋଲି SDPO ଶୁଭେନ୍ଦୁ ଶବର ସୂଚନା ଦେଇଛନ୍ତି ।  

What's Your Reaction?

like

dislike

love

funny

angry

sad

wow