ଡ୍ରେନ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର
ଭୁବନେଶ୍ବର ଭରତପୁର ଥାନା ନାକା ଫାଟକ ସମ୍ମୁଖରୁ ଏକ ଯୁବକଙ୍କ ମୃତଦେହ ଉଦ୍ଧାର । ସକାଳୁ ଡ୍ରେନ ମଧ୍ୟରେ ଯୁବକଙ୍କ ଗଳିତ ମୃତଦେହ ପଡ଼ିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଟାଲ ହାସପାତାଳକୁ ପଠାଇଥିଲା ଭରତପୁର ଥାନା।ତେବେ ମୃତକଙ୍କ ବୟସ ୩୦ରୁ ୩୫ ବର୍ଷ ହୋଇଥିବା ଅନୁମାନ କରାଯାଉଥିବା ବେଳେ କେହି ହତ୍ୟା କରି ଏଭଳି ଫିଙ୍ଗି ଦେଇଥିବା କରାଯାଉଛି ସନ୍ଦେହ। ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ କେଉଁ କାରଣରୁ ହତ୍ୟା କରାଯାଇଛି ଏବଂ କିଏ ହତ୍ୟା କରିଛି ସେନେଇ ତନାଘନା ଜାରି ରଖିଛି ପୋଲିସ ।
What's Your Reaction?