ଅଯୋଗ୍ୟ ପଡି କାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ
ଅଯୋଗ୍ୟ ପଡି କାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ,ସାରା ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ। ସେମାନଙ୍କୁ ଅପିଲ କରୁଛି,ସମୟସୀମା ନାହିଁ । ତେଣୁ ଇକେୱାଇସି ପୂର୍ବରୁ କରନ୍ତୁ ଆତ୍ମସମର୍ପଣ। ନଚେତ୍ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ଆତ୍ମସମର୍ପଣ କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
Jangyaseni Parida